ସମୟର ଚାଲି
ସମୟର ଚାଲି
କିଛି ମୁହଁ ସହ ସାମ୍ନା ସାମ୍ନି ହେଇଗଲେ
ଲାଗେ ବର ସହ ଉଠି ଗଲେ ବରଯାତ୍ରୀ ଦଳ
କନ୍ୟା ପିତା ମନା କରି ଦେବାରୁ
ଆଉ କିଛି ଯଉତୁକ ॥
ଶ୍ଲୋକ ଉଚ୍ଚାରିଲେ
ବିପରୀତକୁ ହାତ ମୁଠାରେ
ପାଇ ଯିବାର ବିକଳ ଇଚ୍ଛା
ସମୟ କେତେ ହେଲା ?
ଚାଲ ଖୋଜି ଯିବା ସମସ୍ତେ
ସ୍ୱପ୍ନ ରୂପାୟିତ ରାସ୍ତା ॥
