ସମୟ ରେଖା
ସମୟ ରେଖା
ଦୁନିଆଟା ଦେଖ ଅଟେ ରଙ୍ଗ
ଶାଳା ଟିଏ
ରଙ୍ଗ ବୋଳି ଏଠି ନାଚନ୍ତି
ସଭିଏଁ
କୁଆଁ କୁଆଁ ଶବଦ୍ କରି ଜନମେ
ମାଟିରେ
କୁନି କୁନି ପାଦ ଥାପି ଚାଲଇ
ଖୁସିରେ ।
ଭାବନାରେ ନ ଥାଏ ତା ତୋହର
ମୋହର
ଖିଲି ଖିଲି ହସ ତାର ସବୁ
ଆପଣାର।
ସମୟର ତାଳେ ତାଳେ ଯେବେ
ବଡ଼ ହୁଏ
ବିଦ୍ୟା ଶିକ୍ଷା ଜୀବନର ବ୍ରତ
ହୋଇ ଥାଏ।
କିଶୋରରୁ ଯୁବାବସ୍ଥା ନାଚଇ
ଆସର
ମନରେ ଉଛୁଳେ ଯମୁନା ହୁଏ ନାହିଁ
ସ୍ଥିର ।
ସଂସାର ବୋଝ ଯେବେ ଆସିଯାଏ କାନ୍ଧରେ
ତାଙ୍କ ଖୁସି ତାଙ୍କ ଚିନ୍ତା ଘାରି ହୁଏ ହୃଦରେ।
ଗାଏ ନାହିଁ କୋଇଲି କି ନାଚେ ନାହିଁ ମୟୁରୀ
ବୃଦ୍ଧା ଅବସ୍ଥାରେ କେହି ନ ଥାନ୍ତିଟି
ବଇରୀ ।
ରାମ ନାମ ଭଜି ଭଜି ମୃତ୍ୟୁ ଆସେ
ପାଖର
କ୍ରନ୍ଦନ କରନ୍ତି ଯାହା ଆତ୍ମୀୟ ସ୍ଵଦର
କଣ ବା ଆଣିଥିଲେ କିଏ ନେଲା
କାର
ସମୟ ରେଖା ଡେଇଁଲେ କେ ନୁହେଁ
କାହାର ।
