STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ସମୟ ହିଁ ବଡ଼ ମହିରେ..

ସମୟ ହିଁ ବଡ଼ ମହିରେ..

1 min
21

ସବୁ ଚାଲିଯିବେ ସଂସାରକୁ ଛାଡି   

କେହି ରହିବେନି ସଂସାରେ

ଆସିଥିଲେ ଦିନେ ଚାଲିଯିବେ ଦିନେ

ବଞ୍ଚିବେ, ଜନମ ମରଣ ମଝିରେ,,,


ଏନ୍ତୁଡ଼ିରେ ନିଆଁ ମଶାଣିରେ ନିଆଁ

ମଝିରେ ଜୀବନ ଝୁଲୁଛି

ଦୁଇ କୂଳ ଦୁଇ ନିଆଁର ମଝିରେ

ଜୀବନ ଦୁନିଆଁ ରହିଛି


ନିଆଁରୁ ଆରମ୍ଭ ନିଆଁରେ ଶେଷ

ନିଃଶ୍ୱାସେ ଚାଲିଛି ଜୀବନ

ନିଃଶ୍ୱାସେ ଆରମ୍ଭ ନିଃଶ୍ୱାସରେ ଶେଷ

ଜନମ ମରଣ ସମାନ


ଆସିଅଛି ଯିଏ ଚାଲିଯିବ ସିଏ

ସମୟର ଖେଳ ସାଥିରେ

ସମୟ ଆଣିବ ସମୟ ହିଁ ନେବ

ସମୟ ହିଁ ବଡ଼ ମହୀରେ,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational