STORYMIRROR

Niranjan Sahu

Inspirational

3.8  

Niranjan Sahu

Inspirational

ସମୟ ହିଁ ବଡ଼ ମହିରେ..

ସମୟ ହିଁ ବଡ଼ ମହିରେ..

1 min
25


ସବୁ ଚାଲିଯିବେ ସଂସାରକୁ ଛାଡି   

କେହି ରହିବେନି ସଂସାରେ

ଆସିଥିଲେ ଦିନେ ଚାଲିଯିବେ ଦିନେ

ବଞ୍ଚିବେ, ଜନମ ମରଣ ମଝିରେ,,,


ଏନ୍ତୁଡ଼ିରେ ନିଆଁ ମଶାଣିରେ ନିଆଁ

ମଝିରେ ଜୀବନ ଝୁଲୁଛି

ଦୁଇ କୂଳ ଦୁଇ ନିଆଁର ମଝିରେ

ଜୀବନ ଦୁନିଆଁ ରହିଛି


ନିଆଁରୁ ଆରମ୍ଭ ନିଆଁରେ ଶେଷ

ନିଃଶ୍ୱାସେ ଚାଲିଛି ଜୀବନ

ନିଃଶ୍ୱାସେ ଆରମ୍ଭ ନିଃଶ୍ୱାସରେ ଶେଷ

ଜନମ ମରଣ ସମାନ


ଆସିଅଛି ଯିଏ ଚାଲିଯିବ ସିଏ

ସମୟର ଖେଳ ସାଥିରେ

ସମୟ ଆଣିବ ସମୟ ହିଁ ନେବ

ସମୟ ହିଁ ବଡ଼ ମହୀରେ,,



Rate this content
Log in

Similar oriya poem from Inspirational