ସମୁଦ୍ର
ସମୁଦ୍ର
I ସମୁଦ୍ରକୂଳେ ଜନସଂଖ୍ୟା ବଢ଼ି ଗଲାଣି
II ସମୁଦ୍ରର ସନ୍ତୁଳନ ବିଗାଡ଼ି ଗଲାଣି
I ନୂଆ କାରଖାନା ସହର ବଜାର ଗଢ଼ି ଉଠୁଛି ବେଳାଭୂମିରେ
II ବିଷାକ୍ତ ଦୁର୍ଗନ୍ଧ ଅନାବଶ୍ୟକ ଜିନିଷ ପଶୁଛି ତା ଗର୍ଭରେ
I ସମୁଦ୍ର ବେଳା ଭୂମି ହେଲା କାଚ ପ୍ଲାଷ୍ଟିକରେ ଭରିପୂର୍ଣ
II ସୁନେଲି ହଳଦିଆ ବାଲିରାଶି ହେଲା ଅଙ୍ଗାରର ମିଶ୍ରଣ
I କାଚ ପ୍ଲାଷ୍ଟିକ ଆବର୍ଜନା ଭାସିଯାଏ ସମୁଦ୍ର ଭିତରେ
II ନାନା ଜଳ ଜୀବଜନ୍ତୁ ମରୁଛନ୍ତି କାତରରେ
I ହଜାର ହଜାର କଙ୍କଡ଼ା କଇଁଛ ମରନ୍ତି ପ୍ରତି ବର୍ଷ
II ମରନ୍ତି ପୁଣି ଡଲଫିନ ନାନା ଜାତିର ମାଛ
I ଅଳ୍ପ ଲୋକରେ କମି ଯିବ ଆମଦାନୀ ରପ୍ତାନି
II ନିର୍ମଳ ହୋଇ ରହିବ ମୋ ଗର୍ଭ ର ପାଣି
I ସମୁଦ୍ର ତଟ ବେଳାଭୂମିରେ ହେଲା ଅନେକ ବନ୍ଦର
II ଜନ ବିସ୍ଫୋରଣ ଛଡ଼ାଇ ନେଲା ତା ସ୍ୱାଧୀନ
I ଅଘଟଣାରେ ଜାହାଜରୁ ଦୂଷିତ ତେଲ ନିର୍ଗତ
II କୋଟି କୋଟି ଜଳ ଜୀବଜନ୍ତୁ ହେଲେ ନିହତ
I ତେଲ ବ୍ୟାପିଯଏ ଜଳ ସ୍ତର ଉପରେ
II ତାହା ଯାଇ ଲାଗେ ସମୁଦ୍ର ତଟରେ
I ସମୁଦ୍ର ତଟ ପାଣି ହେଲା ତେଲ ବାଲି ମିଶା କାଦୁଅ
II ବେଳାଭୂମିରେ ଭରି ଗଲା ଅଳିଆ ଆବର୍ଜନା ଦୁର୍ଗନ୍ଧ
I ବିଷାକ୍ତ ତେଲ ପ୍ରଭାବରେ ମଲେ ଅନେକ ସମୁଦ୍ର ପ୍ରାଣୀ
II ସମୁଦ୍ର କି ତା ପୂର୍ବ ସ୍ୱଛତା ଫେରି ପାଇବ ପୁଣି
I ବିସ୍ତାରିତ ସମୁଦ୍ର ବେଳାଭୂମି ଉଭେଇ ଯାଉଛି
II ବେଳାଭୂମିର ସୀମାରାଶି କମି କମି ଯାଉଛି
I କଲେ ଜନ୍ମ ନିୟନ୍ତ୍ରଣ କମି ଯିବ ଲୋକ ସଂଖ୍ୟା
II ସମୁଦ୍ର ତଟ ବେଳାଭୂମି ରହିବ ଫାଙ୍କା
I ମୋ ଦେହର ସନ୍ତୁଳନ ବିଗାଡ଼ି ଗଲାଣି
II ମୋ କୂଳେ ଜନ ସଂଖ୍ୟା ବଢ଼ି ଗଲାଣି
I ଗାଁ ସହର ଥିଲା ମୋ ସୀମାରାଶି ଠାରୁ ପାଞ୍ଚ କୋଷ ଦୂରେ
II ଜନ ବିସ୍ଫୋରଣ ପହଁଚେଇଲା ତାକୁ ମୋ ବେଳାଭୂମିରେ
I ବ୍ୟାପିଥିଲା ବେଳାଭୂମି ଜଳ ସୀମାରାଶି ଠାରୁ ପାଞ୍ଚ କୋଷ ଦୂରେ
II ଲୋକେ ଘର କରି ମାଡ଼ି ଆସି ପହଁଚିଲେ ମୋ ଜଳ ସୀମାରେ
I ବେଳାଭୂମିରେ ବୁଲୁଥିଲେ ଲାଲ ଟହଟହ କଙ୍କଡା ମାଳ ମାଳ
II ସମୁଦ୍ର କୂଳେ ଭ୍ରମଣ କରୁଥିଲେ କଇଁଛ ପଲ ପଲ
I ନୂଆ କାରଖାନା ସହର ବଜାର ଗଢ଼ିଉଠିଲା ବେଳାଭୂମିରେ
II ବିଷାକ୍ତ ଦୁର୍ଗନ୍ଧ ଅଳିଆ ଆବର୍ଜନା ପଶିଲା ତା ଗର୍ଭରେ
I ଜନ ବିସ୍ଫୋରଣ ଜନ ବିସ୍ଫୋରଣ
II ଚଉଡ଼ା ବେଳାଭୂମି ହେଲା ସଂକୀର୍ଣ୍ଣ
I ଅଧିକ ଲୋକ ସଂଖ୍ୟା, ଜନ ବିସ୍ଫୋରଣ ରୁ ଗରିବ ଉତ୍ପତି
II ମାଛ ଧରିବା ପାଇଁ ଯାନ୍ତି ଜାଣି ମୋ ଗଭୀର ପାଣିର ବିପତି
I ମାଛ କଙ୍କଡା ଶାମୁକା ଧରିବାରେ ନାହିଁ ମୋର ଆପତ୍ତି
II ଛିଣ୍ଡା ଜାଲ ପ୍ଲାଷ୍ଟିକ ବୋତଲ ଫିଙ୍ଗ ନାହିଁ , ଏତିକି ମୋ ବିନତି
I ସେ ଜାଲରେ ଛନ୍ଦି ହୋଇ ମରନ୍ତି ବହୁ ଜଳଜନ୍ତୁ
II ଏହାର ସମାଧାନ ପାଇଁ ଜନ୍ମ ନିୟନ୍ତ୍ରଣ କରନ୍ତୁ
I ବାଣିଜ୍ୟ ବ୍ୟବସାୟ ପାଇଁ ପେଟ୍ରୋଲ ଡିଜେଲ
II ପାଇପ ଲାଇନ କଲେ ମୋ ବକ୍ଷରେ
I ଦୁର୍ଘଟଣାରେ ନିର୍ଗତ ହୁଏ ଲକ୍ଷ ଲକ୍ଷ ଲିଟର
II ତେଲ କେମିକାଲ ରସାୟନ
I ସମୁଦ୍ରର ଜଳଜନ୍ତୁ ମରି ଯାଇ କଲେ ଚିର ଶୟନ
II ଜଣ ବିସ୍ଫୋରଣ ଅଧିକ ଲୋକ ସଂଖ୍ୟା ଏହାର କାରଣ
I ଅଳ୍ପ ଲୋକରେ କମି ଯିବ ଆମଦାନୀ ରପ୍ତାନି
II ସନ୍ତୁଳିତ ହୋଇ ରହିବ ମୋ ଗର୍ଭର ପାଣି
I ଗଢ଼ି ଉଠିବ ନାହିଁ ନୂଆ କାରଖାନା ସହର ବଜାର ଗାଁ ବସ୍ତି
II ମୋ ପାଣି ଓ ବେଳାଭୂମିରେ ଫିଙ୍ଗିବେ ନାହିଁ ଅଳିଆ ନାନାଦି
I ବେଳାଭୂମିରେ ଲୋକେ ହେଲେ ପରିପୂର୍ଣ
II ଆଉ ନାହିଁ ଅଧିକ ଜାଗା କରିନିଅ ଜନ୍ମ ନିୟନ୍ତ୍ରଣ
I ଦେଶ ଦେଶ ଲାଗନ୍ତି କଳି
II କଳିରୁ ହୁଏ ଯୁଧ୍ୟର ଅଳି
I ପରୀକ୍ଷା କରନ୍ତି ଆଟମ୍ ନିଉକ୍ଳିଅର ୱେପନ
II ମୋ ବକ୍ଷର ଜଳ ଜୀବଜନ୍ତୁ ହେଲେ ଜଖମ
I ରେଡ଼ିଓ ଏକଟିଭ ବାରୁଦ ବିସ୍ଫୋରଣ ହୁଏ ମୋ ପାଣି ଭିତରେ
II ବିଷାକ୍ତ ୟୁରାନିୟମ ର ରିଏକସନ ବ୍ୟାପିଯାଏ ଜଳ ରାଶିରେ
I ନାନା ଦେଶ ପରୀକ୍ଷା କରନ୍ତି ନାନା କ୍ଷ୍ୟପଣାସ୍ତ୍ର
II ଭାରସାମ୍ୟ ହରାଇ ହେଲି ମୁ ଅସନ୍ତୁଳିତ
I ସମୁଦ୍ରକୂଳେ ନୂଆ କାରଖାନା ସହର ବଜାର ଗାଁ ବସ୍ତି
II ପାଣିରେ ବେଳାଭୂମିରେ ଫିଙ୍ଗିଲେ ଅଳିଆ ନାନାଦି
I ଲକ୍ଷ୍ୟ ଲକ୍ଷ୍ୟ ଲିଟର ପେଟ୍ରୋଲ ଡିଜେଲ ନିର୍ଗତ
II କୋଟି କୋଟି ଜଳ ଜୀବଜନ୍ତୁ ହେଲେ ନିହତ
I ଜନ ବିସ୍ଫୋରଣ ଜନ ବିସ୍ଫୋରଣ
II ଅଧିକ ଲୋକ ସଂଖ୍ୟା ହେଲା ଏହାର କାରଣ
I ଜାଣିଛ ତୁମେ ମୋ ବେଳାଭୂମିରେ ଅଛି ବିପତ୍ତି
II ଘର କରୁଥିଲା ବେଳେ କରିଥିଲି ଆପତ୍ତି
I ମୋ କଥା ନ ଶୁଣି ବାସକଲ ଏଠାରେ ଆସି
II ଝାଡ଼ ବାତ୍ୟା ସୁନାମିରେ ଅନେକ ଗଲେ ଭାସି
I ଅଧିକ ପିଲା ଜନ୍ମ ସମୁଦ୍ରକୁ ପଡ଼ିଲା ଭାରି
II କରିନିଅ ଜନ୍ମ ନିୟନ୍ତ୍ରଣ ଏତିକି ମୋ ଗୁହାରି
Arun Sahoo, M-7978210090
