STORYMIRROR

Arun Sahoo

Inspirational Others

4  

Arun Sahoo

Inspirational Others

ଜନ ବିସ୍ଫୋରିତ ଭାରତ ମାତା

ଜନ ବିସ୍ଫୋରିତ ଭାରତ ମାତା

3 mins
374

 କହୁଛି ମୁଁ ଭାରତ ମାତା

 ସରିଯାଇଛି ମୋ ଜମିର କ୍ଷମତା

   

   ଭରି ଯାଇଛି ମୋ ଦେହରେ ଜନତାର ଭାର

   ଶୁଣିନିଅ ଟିକେ ମୋ ଗୁହାର

   

  ଯେତେବେଳେ ମୁଁ ସ୍ୱାଧୀନ ହେଲି

   ଲୋକ ସଂଖ୍ୟା ଥିଲେ ପଇଁ ତିରିଶ (35) କୋଟିର

  ତୁମ ଅବହେଳାରେ 2023 ମସିହାରେ

   ହୋଇଗଲା ଶହେ ତେୟାଳିଶ (143) କୋଟିର

   

  ସହି ମୁଁ ପାରୁନି ଶହେ ତେୟାଳିଶ କୋଟି ଲୋକଙ୍କର ବୋଝର ବ୍ୟଥା

   ଭାରତ ମାତା କହୁଛି ତା ଦୁଃଖ କଥା

   

   ଆୟତନରେ ମୁଁ ଏକାଶି (81) କୋଟି ଏକର

  ପାହାଡ଼ ଜଙ୍ଗଲ ସରକାର ଜମି ତେତିଶ (33) କୋଟି ଏକର

   

  ଘରବାଡ଼ି ଓ ଚାଷ ଜମି ଅଡ଼ଚାଳିଶ (48) କୋଟି ଏକର

   ଲୋକେ ଏଠି ଶହେ ତେୟାଳିଶ (143) କୋଟିର

   

  ଯୋଗାଇପାରୁନି ସଭିଙ୍କୁ କାମ, ଅନେକ ବେକାର

  ସମୟ ଵିତାନ୍ତି ତାସପାଲି ଚୁଗୁଲି ଗୁଲିଖଟିର

   

   ଅଡ଼ଚାଳିଶ କୋଟି ଏକର ଜମିରେ ଶହେ ତେୟାଳିଶ କୋଟି ପରିବାର

   ହାରାହାରି ପ୍ରତି ଲୋକ ପାଇଁ 0.33 ଏକର

   

   ଶହେ ତେୟାଳିଶ କୋଟି ଲୋକେ କେମିତି କରିବେ ଘରଦ୍ୱାର

   କେଉଁଠୁ ପାଇବେ ଚାଷର ଆହାର

   

  କେମିତି ଚାଲିବ ତାଙ୍କ ସଂସାର

  ଏବେ ବାଛିନିଅ ଜନ୍ମ ନିୟନ୍ତ୍ରଣର ଆଧାର

   

   ଜନ ବିସ୍ଫୋରଣ ଜନ ବିସ୍ଫୋରଣ, ପିଲା ଜନ୍ମ କର କମ୍ କମ୍

  ଏତେ ଲୋକଙ୍କ ବୋଝ ଉଠାଇପାରୁନି ବନ୍ଦ ହେଉଛି ମୋ ଦମ

   

   ଲକ୍ଷ ଲକ୍ଷ ଲୋକେ ସଢୁଛନ୍ତି ଖରା ବର୍ଷାରେ ଖଟି ଖଟି

   ଅଣନିଶ୍ଵାସୀରେ ଶୁଖି ଯାଉଛି ମୋ ତଣ୍ଟି

   

   ନ କର ଆଉ ଅଧିକ ପିଲା ଜନ୍ମ

  ହରାଇ ବସିଛି ମୁଁ ଭାରସାମ୍ୟ

   

   ସୁରକ୍ଷିତ ନୁହେଁ ଶହେ ତେୟାଳିଶ କୋଟି ଲୋକଙ୍କ ଜୀବନ

  ବାରମ୍ବାର ବନ୍ୟା ବାତ୍ୟା ମରୁଡ଼ିରେ ଜରାଜୀର୍ଣ୍ଣ ମୋ ଯୌବନ

   

  ଚାଷ ଜମି ହେଉଛି ଘରବାଡ଼ି

   କାହିଁକି ପିଲା ଜନ୍ମ କରୁଛ ଧାଡ଼ି କି ଧାଡ଼ି

   

   ନଦୀ ଝରଣା ପୋଖରୀ ଯାଉଛି ଭରି ଭରି

   ଅଧିକ ଲୋକ ସଂଖ୍ୟା ଦେଶକୁ ପଡ଼ୁଛି ଭାରି

   

   ଖେଳ ପଡ଼ିଆ ଉଭେଇ ଗଲାଣି

   ପୋଖରୀ ଦାଣ୍ଡରେ ଘର ହେଲାଣି

   

   ଗୋଚର ଜମିରେ ଗାଁ ହେଲାଣି

   ନଈ ତୁଠରେ ଘର ହେଲାଣି

   

 ତା ଦେହର ଜାଗା ସରି ଗଲାଣି

  ଭାରତ ମାତା ହଇରାଣ ହେଲାଣି

   

   ଜମି ନାହିଁ ସ୍କୁଲ କଲେଜେ ପାଇଁ

   ଜମି ନାହିଁ ଇଣ୍ଡଷ୍ଟ୍ରି କମ୍ପାନୀ ପାଇଁ

   

   ଜମି ନାହିଁ ବିମାନବନ୍ଦର ପାଇଁ

   ଜମି ନାହିଁ ଷ୍ଟେସନ ବସଷ୍ଟାଣ୍ଡ ପାଇଁ

   

   ଭାଇ ଭାଇ ହୋଇଗଲେ ଭାଗ ବାଣ୍ଟ

  ବଡ଼ ବଡ଼ ଚାଷ ଜମି ହେଲାନି ଛୋଟ ଛୋଟ

   

  ଟ୍ରାକଟର ବୁଲାଇବା ପାଇଁ ବହୁ କଷ୍ଟ

  ଲାଭ ନ ପାଇ ଚାଷୀ ହୁଏ ଛଟପଟ

   

  ପ୍ରତି ଗାଁର ଲୋକସଂଖ୍ୟା ବଢ଼ିଗଲା ଶହେ ରୁ ହଜାର

  ପାହାଡ ପର୍ବତ କାଟି ହେଲା ସହର ବଜାର

   

  ଅର୍ଥ ସବୁ ଶେଷ ହେଲା ଗରିବ ପୋଷିବା ପାଇଁ

  କଳକାରଖାନା ଗଢ଼ିବା ପାଇଁ ଟଙ୍କା ଆଉ ନାହିଁ

   

  ଅର୍ଥ ସବୁ ଶେଷ ହେଲା ଗରିବ ପୋଷୁ ପୋଷୁ

   ରାଜକୋଷ ଶେଷ ହେଲା ନୂଆ ବର୍ଷ ଆସୁ ଆସୁ

   

  ଅଧିକ ଲୋକରେ ସବୁକିଛି ନିଅଣ୍ଟ

 ତାଙ୍କୁ ପୋଷିବା ପାଇଁ ମାଗଣାରେ ଖାଦ୍ୟ ପୋଷାକ ବାଣ୍ଟ

   

   ଅଧିକ ରହିବା ପାଇଁ ଘର ହେଲା ନିଅଣ୍ଟ

 ତାଙ୍କ ରହିବା ପାଇଁ ମାଗଣାରେ ଘର ବାଣ୍ଟ

   

 ଦେଶର ପ୍ରଗତି ପାଇଁ ଅର୍ଥ ହେଲା ନିଅଣ୍ଟ

  ଅନକ ଦେଶବାସୀର ଜୀବନ ହେଲା ବହୁ କଷ୍ଟ

   

 କୁହ ହେ ଶହେ ତେୟାଳିଶ କୋଟି ଭାରତ ବାସୀ

  ବିଜ୍ଞାନ ବାଣିଜ୍ୟରେ ଆମଦେଶ ଏତେ ତଳକୁ କିପରି ଗଲା ଖସି

   

   କେମିତି ପାଳିବି ପୋଷିବି ଏତେ ପିଲା ପିଲି

 ଖାଦ୍ୟ ପୋଷାକରେ ରାଜକୋଷ ହେଲା ଖାଲି

   

  ଅର୍ଥ ନାହିଁ ନୂଆ ରାସ୍ତା ଘାଟ କାଳଖରାଖାନା ପାଇଁ

  ଜନ ବିସ୍ଫୋରଣ କରୁଥିବା ବାପାମା ଗଲେ କୁଆଡ଼େ କାହିଁ

   

   ଅଧିକ ଲୋକଙ୍କୁ ପାଳିବା ପୋଷିବାରେ ଅର୍ଥ ହେଲା ଫାଙ୍କା

  ଦେଶ ପ୍ରଗତିର ରାସ୍ତା ହେଲା ଅଙ୍କାବଙ୍କା, ଦେଶ ହେଲା ଫମ୍ପା

   

  ଅଧିକ ଲୋକ ପାଇଁ ଦରକାର ଅଧିକ ଖାଦ୍ୟ ପୋଷାକ ଘର ଛପର

  ଦେଶର ଉନ୍ନତି ନୂଆ କଳକାରଖାନା ରାସ୍ତା ଘାଟ ରହିଯିବ ପଛର

   

   ଅଧିକ ଲୋକ ପାଇଁ ଦରକାର ଅଧିକ ଘରବାଡ଼ି

  ତାଙ୍କୁ ପୋଷିବା ପାଇଁ ଦେଶ ହୋଇଯିବ ଅଗାଡ଼ି

   

  ଅଳ୍ପ ଲୋକରେ ଅର୍ଥ ବଜେଟ ଯିବ ବଳି

  ନୂଆ କଳକାରଖାନା କରିବାର ସଙ୍କଟ ଯିବ ଟଳି

   

 ନୂଆ କାରଖାନାରେ ନୂଆ ନିଯୁକ୍ତି

 ପାଇବେ ଅଧିକ ପିଲା ବେକାରୀରୁ ମୁକ୍ତି

   

 ଅଳ୍ପ ଲୋକରେ ନଥିବ ଅର୍ଥର ତାଡ଼ନା

 ଗଢ଼ି ଉଠିବ ନୂଆ କଳକାରଖାନା

   

  ବେକାର ଯୁବଶକ୍ତି ପାଇବେ ନିଯୁକ୍ତି

   ରୋଜଗାର ପାଇ ବଢ଼ିବ ତାଙ୍କ ଅର୍ଥ ଶକ୍ତି

   

 ଆମଦାନୀ ହେବ ନିସ୍ତେଜ, ରପ୍ତାନି ହେବ ତେଜ

 ଆନ୍ତର୍ଜାତୀୟ ସ୍ତରରେ ଆମ ଦେଶ ହେବ ଉତ୍ତେଜ

   

   ଆମ ଦେଶ ହେବ ସତେଜ କମ ଆମଦାନୀ ବେଶୀ ରପ୍ତାନୀରେ

   ଆମ ଦେଶବାସୀ, ବିଭିନ୍ନ ଦ୍ରବ୍ୟ ଉପଦ୍ରବ୍ୟ ପାଇବେ ଶସ୍ତାରେ

   

  ଯୁବଶକ୍ତି ବେକାର ହୋଇ ବୁଲିବେ ନାହିଁ ରାସ୍ତାରେ

  ହାତ ପତାଇବାକୁ ପଡ଼ିବ ନାହିଁ ଅନ୍ୟ ଦେଶ ପାଖରେ

   

  ଅଳ୍ପ ଲୋକରେ ଦେଶର ଅର୍ଥନୀତି ଶକ୍ତ ହେବ ଦୁଇ ଗୁଣ

   କଳକାରଖାନା ବସାଇବା ପାଇ ଦେଶ ନ କରିବ ଋଣ

   

   ଗାଈ ଗୋରୁ ପାଇଁ ନାହିଁ ଗୋଚର ପଡ଼ିଆ

   ତଥାପି ଲୋକେ କହନ୍ତି ଆମ ଦେଶ ସବୁଠୁ ବଢ଼ିଆ

   

  ଅଳ୍ପ ଲୋକରେ ରହିବ ଅଧିକ ଜଙ୍ଗଲ ଜମି ଗୋଚର ପଡ଼ିଆ

  ନାନା ଜାତି ପଶୁ ପକ୍ଷୀ ଚରୁଥିବେ ଖୁସିରେ ଟେକି ତାଙ୍କ ଫଡ଼ିଆ

   

 ଗାଈଗୋରୁ ଛେଳିମେଣ୍ଡା ପାଇଁ ନଥିବ ଘାସପତ୍ରର କମି

   ମାଛ ମାଂଶ ଅଣ୍ଡା କ୍ଷୀର ଦାମ ଯିବ କମି କମି

   

 ଅଳ୍ପ ଲୋକରେ ନଥିବ ଖେଳ ପଡ଼ିଆର ଅଭାବ

  ଉନ୍ନତ ହେବ ଆମ ପିଲାଙ୍କର ସ୍ୱଭାବ

   

   ଜନବିସ୍ଫାରଣ ରୁ ସବୁ ସର୍ବନାଶ

  ଅନିୟମିତ ବର୍ଷା ବନ୍ୟା ବାତ୍ୟା ତ କେଉଁଠି ମରୁଡି ଗ୍ରାସ

   

   ଅଧିକ ଲୋକରୁ ହେଲେ ଅଧିକ ଜଙ୍ଗଲ କଟା

  ଜଙ୍ଗଲ କଟାରୁ ବଢ଼ିଲା ବାୟୁମଣ୍ଡଳର ତାପମାତ୍ରା

   

   ଅଧିକ ଲୋକଙ୍କ ପାଇଁ ହେଲା ଅଧିକ ଯାନବାହାନ

  ପ୍ରଦୂଷଣରୁ ବିଶୁଦ୍ଧ ହେଲେ ମୋ ବାୟୁମଣ୍ଡଳର ଅମ୍ଳଜାନ

   

 ଫସଲରେ ଦେଲେ ନାନା ସାର ରସାୟନ

   ମୋର ଶୁଦ୍ଧପାଣି ହେଲା ଦୂଷିତ ପାନୀୟ

   

  ନିରୋଳାରେ ଚାଲୁଥିବା ରାସ୍ତା ହେଲା କଣ୍ଟକିତ

   ଯାନବାହାନ ଚଳାଚଳରେ ଅନେକ ଲୋକ ଆହତ

   

   ସବୁ ଦେଶବାସୀ ସଚେତନ ହୁଅ

   ଜନ ବିସ୍ଫୋରଣ କୁ ଦୂରାଇ ଦିଅ

   

   ଭାରତ ମାତା କହୁଛି ଏସବୁ କଥା ରାଗରେ

   ଜନ୍ମ ନିୟନ୍ତ୍ରଣ କଲେ ଆମଦେଶ ରହିବ ସବୁଠୁ ଆଗରେ

   

 ହେ ଦେଶବାସୀ କରିନିଅ ଜନ୍ମ ନିୟନ୍ତ୍ରଣ

  ଆଗ ପିଢ଼ିକୁ ଦିଅ ସୁଖୀ ପରିବାରର ନିମନ୍ତ୍ରଣ

   

ଆଗ ପିଢ଼ିଙ୍କ ଉନ୍ନତି ପାଇଁ ଯଦି ଅଛି ତୁମ ଆଶା

   ବିବେକ ଖଟାଇ ବୁଝିନିଅ ଜନ୍ମ ନିୟନ୍ତ୍ରଣର ମାତୃଭାଷା

   

 ପରିବାର ଯୋଜନା ଆଗ ପିଢ଼ିଙ୍କ ପାଇଁ ଏକମାତ୍ର ଭରସା

  କପରଟି ମାଲାଡ଼ି କଂଟ୍ରାସେପ୍ଟିଭ ହିଁ ଆଧୁନିକ ସମାଜର ଭାଷା

   

 ବଡ଼ ପରିବାର ଅଧିକ ପିଲା ଆଣିବ ବିନାଶ

  ଜମିବାଡ଼ି ଟଙ୍କା ସୁନା ଅର୍ଥ ସବୁ ହେବ ଶେଷ

   

  ଅର୍ଥହୀନ ଶିକ୍ଷାହୀନ ପିଲାମାନେ ହେବେ ନିରାଶ

  ଅତ୍ୟଧିକ ଲୋକ, ଜନ ବିସ୍ଫୋରଣ ଆଣିବ ମହା ବିନାଶ

   

   ଗଭୀର ଭାବେ ହୃଦୟର ସହିତ ବିଚାର କର

   ବିଜ୍ଞାନ ବାଣିଜ୍ୟ କେମିତି ବଢ଼ିବ, କଣ ତୁମ ସୁଵିଚାର

   

 ଜାଗରେ ଜାଗରେ ଭାରତ ମାତାର ସନ୍ତାନ

  କରି ନିଅ ଜନ୍ମ ନିୟନ୍ତ୍ରଣ...କରି ନିଅ ଜନ୍ମ ନିୟନ୍ତ୍ରଣ...



Rate this content
Log in

Similar oriya poem from Inspirational