ଭିନେ ଭାଗ - ପରିବାର ଯୋଜନା କବିତା
ଭିନେ ଭାଗ - ପରିବାର ଯୋଜନା କବିତା
ଭିନେ ହେବେନାହିଁ ବାପ ଠୁ ପୁଅ
ଦୁଃଖରେ ଝରିବନାହିଁ ଆଖିରୁ ଲୁହ ।
ଭିନେ ହେବେନାହିଁ ଭାଇ ଠୁ ଭାଇ
ଆନନ୍ଦେ କଟିବ କଂଟ୍ରାସେପ୍ଟିଭ ଗୀତ ଗାଇ ।
ଖଟିବାକୁ ପଡ଼ିବ ନାହିଁ ବୁଢ଼ା ବାପାଙ୍କୁ ପର ଘରେ ଯାଇ
ମଜ୍ଜା କରୁଥିବେ ଟିଭି ଦେଖୁଥିବେ ନିଜ ଘରେ ଥାଇ ।
ଭିନେ ଭାଗ ହୋଇଗଲେ ଜେଜେ ବାପା ମାନେ
ଭିନେ ଭାଗ ହୋଇଗଲେ ବାପା ବଡବାପା ମାନେ ।
ଭିନେ ଭାଗ ହୋଇଗଲେ ଭାଇ ଭାଇ ମାନେ
ତଥାପି ଭାବୁଛ ଭିନେ ହେବେ ନାହିଁ ତୁମ ପିଲା ମାନେ ।
ରଖି ଥାଅ ଏହି କଥା ମନେ
ଗୋଟେ ପୁଅ ଝିଅରେ ଭାଗ ହେବନାହିଁ ପିଲା ମାନେ ।
ଜେଜେ ବାପାଙ୍କର ୪୦ ଏକର ସମ୍ପତି
ଭାଗ ବଣ୍ଟା ପରେ ପ୍ରତି ନାତିକୁ ମିଳିଲା ଅଧା ଏକର କେମିତି ।
ମନେ ମନେ କରିନିଅ ଏହି ବିଭାଜନ ଗଣତି
I (୪୦ ÷ ୪ = ୧୦, ୧୦ ÷ ୪ =୨.୫ , ୨.୫ ÷ ୪ ≈ ୦.୫ ) ଏମିତି ।
ଆଉ କର ନାହିଁ ଅଧିକ ବିଭାଜନ
ଫ୍ୟାମିଲି ପ୍ଲାନିଂ କରିନିଅ ହେ ଜନ ।
ଗୋଟେ କର ଦୁଇଟା କର ଅଧିକ କର ନାହିଁ ଭାଇ
ବୁଝାଇ ଦିଅ ପରିବାର ଯୋଜନାର କଂଟ୍ରାସେପସନ କଥା ସମସ୍ତଙ୍କ ପାଖକୁ ଯାଇ ।
