STORYMIRROR

Arun Sahoo

Inspirational

4  

Arun Sahoo

Inspirational

ଛୋଟ ପରିବାର

ଛୋଟ ପରିବାର

1 min
362

ଝିଅ ହେଉ କି ପୁଅ ହେଉ ନାହିଁ କିଛି ବାଛ ବିଚାର

ଏହି ହେଉ ଆମ ସବୁ ପରିବାରର ସୁଵିଚାର

ଛୋଟ ପରିବାର ସମ୍ଭବ ହୋଇବ

ଯଦି ତୁମେ କଂଟ୍ରାସେପ୍ଟିଭ କଥା ମାନି ଚାଲିବ

ତେଣୁ ଆଉ ଡେରି କରନାହିଁ ଭାଇ

କପରଟି ମାଲାଡ଼ି କଥା ସମସ୍ତଙ୍କୁ ଦିଅ ବୁଝାଇ

ବଡ଼ ପରିବାର ବଡ଼ ଭୟଙ୍କର ସମସ୍ତେ ଜାଣି ଅଛନ୍ତି

ତଥାପି ସବୁ କଥା ଭୁଲି ଅଧିକ ଜନ୍ମ କରିବାରେ ଲାଗିଥାନ୍ତି

ଛୋଟ ପରିବାର ଉନ୍ନତିର ଆଧାର ସମସ୍ତେ ଜାଣି ଅଛନ୍ତି

ଜାଣିଲେ କି ହେବ ଯଦି କଂଟ୍ରାସେପ୍ଟିଭ ନ ଲଗାନ୍ତି

ଛୋଟ ପରିବାର ଭଲ ପରିବାର ସମସ୍ତେ ଜାଣି ଅଛନ୍ତି

ଜାଣିଲେ କି ହେବ ଯଦି କପରଟି ନ ଲଗାନ୍ତି

ଛୋଟ ପରିବାର ଖୁସି ପରିବାର ସମସ୍ତେ ଜାଣି ଅଛନ୍ତି

ତଥାପି ସବୁ କଥା ଭୁଲି ଅଧିକ ଜନ୍ମ କରିବାରେ ଲାଗିଥାନ୍ତି

ଘରର ମୁରବି ବୁଢ଼ା ବୁଢ଼ୀ ମାନେ ମୁହଁରେ ଲଗାନ୍ତି ତାଲା

ଛୋଟ ପରିବାର ଉପକାର କଥା ପୁଅବହୁଙ୍କୁ ନ ବୁଝାନ୍ତି ଭଲା

ଗୋଟେ ବା ଦୁଇଟା କର ଅଧିକ କର ନାହିଁ ଭାଇ

ବୁଝାଇ ଦିଅ ପରିବାର ଯୋଜନାର କଂଟ୍ରାସେପସନ କଥା ସମସ୍ତଙ୍କ ପାଖକୁ ଯାଇ ll


Rate this content
Log in

Similar oriya poem from Inspirational