STORYMIRROR

Arun Sahoo

Action Inspirational

4  

Arun Sahoo

Action Inspirational

ପ୍ରୟାସ

ପ୍ରୟାସ

1 min
219

ବୁଝିନିଅ ଏହି ବିପ୍ଳବ କବି ଅରୁଣ ସାହୁର ଶିକ୍ଷା ଦେବାର ପ୍ରୟାସ

ବୁଝିଗଲେ ହେବନାହିଁ ଅଧିକ ପିଲାର ସଂସାର ନିରାଶ

   

ଥିଲା ମୋର ଏହା ଏକ ପ୍ରୟାସ

ଅନ୍ୟର କଟୁ କଥାରେ ନ ହୋଇ ନିରାଶ

   

ଆଗାମୀ ପିଢ଼ି କୁ କଂଟ୍ରାସେପସନ ସହ ପରିଚିତ କରାଇବା ପାଇଁ

ସେମାନଙ୍କୁ ପରିବାର ଯୋଜନା କଂଟ୍ରାସେପସନ ଜ୍ଞାନ ବଢାଇବା ପାଇଁ

   

ନର୍ସ ଆଶା ଦିଦି ଦୁଆରେ ଦୁଆରେ ବସି

ଡାକେ ଜାଗ୍ରତ ହୁଅ ହେ ଗ୍ରାମ ବାସି

   

ଜାଗ ଦୁର୍ବଳ ଯୁବକ ଯୁବତୀ ସ୍ୱାମୀ ସ୍ତ୍ରୀ ଆଜି,

ପରିବାର ଯୋଜନାର ରାସ୍ତା ନିଅ ଖୋଜି

   

ଛୋଟ ପରିବାର ବିକାଶର ସୂତ୍ର ନିଅ ଖୋଜି

କପରଟି ମାଲାଡ଼ି ନଷବନ୍ଦୀ ପାଇଁ ହୋଇଯାଅ ରାଜି

   

 ଉଚ୍ଚ ହେବା ପାଇଁ କର ଯେବେ ଆଶା

ବୁଝି ନିଅ କଂଟ୍ରାସେପସନ ର ଏହି ମାତୃଭାଷା

   

ସୁନ୍ଦର ସମାଜ ଗଢ଼ିବା ପାଇଁ ଗାଁ ଗାଁ ଯାଇ

କହେ ଡାକ୍ତର ନର୍ସ ଆଶାଦିଦି ସ୍ଵାସ୍ଥ କର୍ମୀ ଭାଇ

   

ଛୋଟ ପରିବାର ଛୋଟ ପରିବାର ବୋଲି କେତେ ମୁଁ ଖୋଜିଲି ଅଧିକ ପାଇଲି ନାହିଁ

କପରଟି ନଷବନ୍ଦୀ ମାଲାଡ଼ି ବୋଲି କେତେ ମୁଁ ଡାକିଲି ନ ଦେଲେ ଉତ୍ତର କେହି

   

ଛୋଟ ପରିବାର ଯୋଜନାର ଜ୍ଞାନ ଯା ହୃଦେ ଜନମି ନାହିଁ

ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ବିଜ୍ଞାନ ରହିବ କାହିଁ

   

ପରିବାର ଯୋଜନା ଜନ୍ମ ନିୟନ୍ତ୍ରଣର ଜ୍ଞାନ ଯାହା ପାଖେ ନାହିଁ

ତାଙ୍କୁ ଯଦି କହିବା ବୁଝାଇ ଅଜ୍ଞାନୀ ହେବେ ଜ୍ଞାନୀ ଯାଇ

   

ନଷବନ୍ଦୀ କପରଟି ମାଲାଡ଼ି ଜନ୍ମ ନିୟନ୍ତ୍ରଣ ବଟି - ଖାଇ ନିଅ ଏହା ରାଣ

ମୁରବି ମୁଖିଆ ବୟସ୍କ ଲୋକ ଓ ବିଚାରକ ସମସ୍ତେ କରନ୍ତି ଏହାର ଗୁଣଗାନ ll



Rate this content
Log in

Similar oriya poem from Action