STORYMIRROR

Pralay Nayak

Tragedy

3  

Pralay Nayak

Tragedy

ସ୍ମୃତି

ସ୍ମୃତି

1 min
122


ସ୍ମୃତି ତୁମେ କେବେ 

ବର୍ଷାବଧୁର ଅଂଚଳ ତଳେ

ଅଧଫୁଟା ଏକ ଗୋଲାପ କଳିର ବାସ,

ସ୍ମୃତି ତୁମେ କେବେ

ବିଳପିତ ହିଆ 

ଲୁହ ଓ କୋହର

ଯୁଗଳବନ୍ଦୀ ଉଷୁମ ଦୀର୍ଘଶ୍ଵାସ ।।

ସ୍ମୃତି ତୁମେ କେବେ

ମହାମିଳନର ମଧୁ ଯାମିନୀରେ

ରସ ରାସ ଆଉ ହସ,

ତୁମେ କେବେପୁଣି ବିରାଗୀଜନର

ଏକାକୀପଣର ସୁବିଶାଳ ମଧୁମାସ ।।

ସ୍ମୃତି ତୁମେ ମୋର

ପ୍ରାଣର ଦୋସର,ଶିଶୁ ବୟସର ଭାଷା,

ତୁମେ ପୁଣି ମୋର ଯନ୍ତ୍ରଣାଘନ

ନୀରବ ନିଥର ଆଶା ।।

ସ୍ମୃତି ତୁମେ ମୋର ପରମଗୁର୍ବୀ

ତୁମପାଇଁ ମୁହିଁ ଅତୀବ ଗର୍ବୀ

ଯେଣୁ ତୁମେ ମୋର ଚେତନାର ଚାବିକାଠି,

କେବେ ତୁମେ ହୁଅ ଗୋଲାପ ଗୁଚ୍ଛ

ତୁମ ଆଗେ ଲାଗେ ଜଗତ ତୁଚ୍ଛ

ପୁଣି ତୁମେ କେବେ ବିଜୁଳି ପରାଏ ଅତୀବ ଲଜ୍ଜାବତୀ ।।

ସ୍ମୃତି ତୁମେ କେବେ ଚହଟ ଚମ୍ପା

ମନ ଘନ ବନେ ସୁନେଲି ଶମ୍ପା

କେବେ ପୁଣି ମୋର ଚିତ୍ତାକାଶରେ ଧବଳ ବଳାକା ଯୁଥ,

କେବେପୁଣି ତୁମେ ଧୂସର ମରୁରେ

ଜୀବଛଡ଼ା ମୋର ଗଭୀର ତୃଷାରେ

ମରୁଝର ଭଳି ଆଶାରେ ଉଜଳି ଜୀଇଁବାର ସଂକେତ ।।

ତୁମେ କେବେ ଚୁତକୁଞ୍ଜ ଛାୟାରେ

ମନ୍ଦ ମଳୟ ମଧୁଗନ୍ଧରେ

ଧ୍ୟାନାନନ୍ଦର ଆବାହନପାଇଁ ମହାପ୍ରେରଣାର ସ୍ରୋତ,

କେବେପୁଣି ତୁମେ କାମକାଞ୍ଚନ ବଦ୍ଧ ମାୟାରେ

ଉବୁଟୁବୁ ବେଳ ଅୟୁତ ଦୀର୍ଘଶ୍ଵାସ ।।

ତଥାପି ବି ଅଗୋ ଛାଇ ଆଲୁଅର ପ୍ରିୟା

ଭାରି ଭଲପାଏ ତୁମର ମୋହିନୀ ମାୟା,

କେବେ ତୁମେ ଅଛ କେବେ ପୁଣି ନାହଁ

ତଥାପି ମୁଁ ଦେଖେ ହସ ଓ ଲୁହରେ ତୁମର ଚିତ୍ରକାୟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pralay Nayak

Similar oriya poem from Tragedy