Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ସ୍ମରଣୀୟ ସ୍ମରଣେ

ସ୍ମରଣୀୟ ସ୍ମରଣେ

1 min
294


ମନେପଡ଼େ ଅତୀତ ଆଇନାର 

ଅଳନ୍ଧୁ ଆବଦ୍ଧ ଅବୟବ

ପୁରୁଷେ।ତ୍ତମ ଉଚ୍ଚ ବିଦ୍ୟାଳୟ, ରତାଇ

ଅଷ୍ଟମ ଶ୍ରେଣୀର ଗମ୍ଭୀର ପରିବେଶ 

ଶିକ୍ଷାୟତନର ସୌନ୍ଦର୍ଯ୍ୟ ବିଭବ ।

ମସିହା ୧୯୮୪-୮୬ ଶ୍ରାବଣ ମହ୍ଲାର

ଲୁନାଟେ ଚଢି

ଧୋବ ଫର ଫର ଧୋତି ପଞ୍ଜାବୀ ବେଢି

ମୋଟା କଳା ଚଷମା ନାଇ

ଦୀର୍ଘ ବଳିଷ୍ଠ ଚେହେରା ଲାଗଇ

ଗ୍ରାମ ବଡ଼ାଶରୁ ନିତି ଆସନ୍ତି ଧାଇଁ

ମୋ କୁନି ବେନି ନୟନ ଦେଖେ

ମୋ ବାଳୁତ କର୍ଣ୍ଣ ବି ଶୁଣେ ପରଖେ ।

ଚକ୍ରଧର ସାମଲ ସାର୍ 

ଏକା ହତାରେ ଥିବା

 ମାଇନର ସ୍କୁଲର ହେଡ୍ ସାର୍

ଇଂରାଜୀର ଜଣେ ପ୍ରବୀଣ ଶିକ୍ଷକ

ହସେଇ ମଜେଇ 

କଥା ବନେଇ ଚୁନେଇ

ଢଗ ଢମାଳୀରେ ମିଶ୍ରିତ ବାକ୍ୟ ଫିଙ୍ଗେଇ

ବଚନ ବିନୋଦନେ 

ଚଟୁଳ ଚାଟୁଳିତ ଉକ୍ତି ସୁକ୍ତି ଯୁକ୍ତି ଥୋଇ 

ଶାସ୍ତ୍ର ଆଲୋଚନାରେ ଆଗ

ତର୍କ- ନ୍ୟାୟ ଆଦାନ ପ୍ରଦାନ

ଦନ୍ତପନ୍ତି ମୁକ୍ତା ପରି ଚିକ୍କଣ ଚାକ୍କଣ

 ସନ୍ଧିରୁ 

ପ୍ରୀୟ ମୁଖାରବିନ୍ଦରୁ

ଝରୁଥିବ ସ୍ମିତହାସ୍ୟ ଅନାବନା ଚର୍ ଚର୍ ।

କଢ଼ା ମିଜାଜର ଦଣ୍ଡାଧୀଶ 

ହେଡ ପଣ୍ଡିତ ଶୃଙ୍ଖଳା ମହାଧୀଶ

କେବେ କେମିତି ଆଗରେ ପଡିଗଲେ

ତଳକୁ ମୁହଁ ପୋତି

ମାରଣା ଷଣ୍ଡକୁ ଦେଖି 

ସାଇଡ୍‌ ହୋଇଯାଉ ବେଗି

ଓଲିଆ ଦାମୁଡିଆକୁ ଦେଖି ସାମ୍ନାରୁ

ବେଳୁ ତରତର ହଗୁରୁ ଜୁହାରୁ

 ମାରୁଥିଲେ ଆମେ ଡିଆଁ

ସମସ୍ତେ ଛାନିଆଁ ।

କିନ୍ତୁ 

ଗଣେଶ ପୂଜା ଆସିଲେ ଆଗ

ସରସ୍ଵତୀ ପୂଜା ମିଟିଙ୍ଗ୍ ଡାକ

ସ୍ଵାଧୀନତା ଦିବସରେ ପତାକା ଉଡ଼ା

ସାଧାରଣତନ୍ତ୍ର ଦିବସରେ -

ଉଜ୍ଵସ୍ୱିନୀ ଶବ୍ଦ ସ୍ଫୁଲିଙ୍ଗରେ 

ଭାଷଣ ଦେଇ ମନ କିଣୁଥିଲେ

.ସର୍ବାଗ୍ରେ ବାପୁଡ଼ା ।

ସାଂସ୍କୃତିକ କାର୍ଯ୍ୟକ୍ରମ ପୁରୋଧା

ଗୀତିନାଟ୍ୟ ନାଟକ ବା ଏକାଙ୍କିକା

ଲେଖକ ନିର୍ଦ୍ଦେଶକ

ପରଦା ପଛରେ ପ୍ରମୋଟ ମସୁଧା

ସବୁଠି ସର୍ବାଗ୍ରେ 

ମଜା କଥା କହି ମନୋବଳ ଦେହୀ

ପୂଜନୀୟ ବନ୍ଦନୀୟ ମମାଗ୍ରେ ।

ହସ କୌତୁକର ଗୁପ୍ତଧନ ଗନ୍ତାଘର 

ଛାତ୍ରବତ୍ସଳ ମହାଗୁରୁ

ଶିକ୍ଷା-ଦୀକ୍ଷାଗୁରୁ 

ମହାଭାଗ ମହାମେରୁ

ଚନ୍ଦନ ଚର୍ଚିତ 

ସମାଜେ ଆଦୃତ

ଖଣ୍ଡ ମଣ୍ଡଳେ ପୂଜିତ

ସର୍ବଜନ ହିତାୟ ମହାଦୃମ ବଟତରୁ ।

ତାଙ୍କରି ପଙ୍କଜେ ତାଙ୍କରି ପଦାଙ୍କେ

ମନ ମତି ଆମ ରହୁ

ତାଙ୍କରି ସ୍ମରଣେ ଚରଣେ ବରଣେ

ସଂଜ ସକାଳ ଯାଉ

ଚଷମା ଫାଙ୍କରୁ ହସ ହସ ମୁଁହ

ଆଶିର୍ବାଦ ମୁଦ୍ରା ଆଭା 

ବଳିଷ୍ଠ ବ୍ୟକ୍ତିତ୍ଵ ଆମେ ମଥାନତ

କରବଦ୍ଧ ଦଣ୍ଡବତ ପ୍ରଭା 

ସ୍ମରଣୀୟ କରଣୀୟ ଅନୁକରଣୀୟ

ତୁମ ବହୁବିଧ କିର୍ତ୍ତିରାଜି 

ଆଶିଷ ଦିଅ ହେ ନମାମୀ ଗୁରୁଜୀ

ଛାର କିଙ୍କର ପାମର ପାଜି ।



Rate this content
Log in

Similar oriya poem from Tragedy