ସମ୍ପର୍କ
ସମ୍ପର୍କ
ଥିଲି ମୁଁ କେଉଁଠି ଏକା ଏକା
ଜଣା ନଥିଲା ମାଟି ପରେ ପଡି
ଯୋଡିଲି ଆକାଶ ମାଟି ସହ ସମ୍ପର୍କଟିଏ ।
ପବନ ଫୁଙ୍କିଦେଲା ମୋ କାନେ
ନିଆଁ ମୋ ଦେହରେ ଉଷୁମ ଭରିଲା
ତୃପ୍ତ ହେଲି ପିଇ କାହାର ଅମୃତରସ
ଚାହିଁବା ନ ଚାହିଁବା ଆଗରୁ
ସବୁ ଯେମିତି ବସିଗଲେ ମୋ ଚାରିପଟେ
ଭାରି ନିଜର ନିଜର ଲାଗିଲେ
ଜଡରୁ ସବୁ ଚେତନ ଯାଏଁ ।
ଏକା ଏକା କଣ ଜିଇଁହୁଏ ସତରେ
ପ୍ରେମର ପାଖୁଡା ମେଲି ଆନନ୍ଦ ସରୋବରେ ଚାହେଁ
ମନ ନିର୍ମଳ ଆକାଶେ କାହିଁ କେତେଦୂର ସୂର୍ଯ୍ୟ ଜହ୍ନ ତାରା
ତଥାପି ବାନ୍ଧିଦିଏ କିଏ ଯେମିତି
ଗୋଟାଏ ଅଦୃଶ୍ଯ ଡୋରରେ ।
ଜୀବନ ନଈର ମିଳନେ
ସମ୍ପର୍କର ମହାସାଗରଟିଏ
ଗଢିଉଠେ ଆପେ ଆପେ କେଜାଣି
ହୃଦୟର ନିବୁଜ କେଉଁ ଅନ୍ଧାରିଆ କୋଣରେ ।
