STORYMIRROR

Chandan Kumar Mishra

Abstract Classics Inspirational

3  

Chandan Kumar Mishra

Abstract Classics Inspirational

ସମ୍ପର୍କ

ସମ୍ପର୍କ

1 min
235

ସଂପର୍କର ସେତୁ ବନ୍ଧ ଵାନ୍ଧିବାକୁ ଯାଇଥିଲି,

ମନରେ ନେଇ କେତେ ସୁଖ ସପନ ।

କିନ୍ତୁ ହାୟ ମୋର ସେ ଆଶାର ସେତୁ ବନ୍ଧ

ଭାଙ୍ଗି ଯାଇ ଅଥଳ ଜଳ ରେ ବୁଡି ଗଲା ।

ଆଜିବି ଯାହାର ସ୍ମୃତି କୁ ଖୋଜିବାରେ ଲାଗିଛି,

କିନ୍ତୁ ଅବିଶ୍ୱାସର ବାଲୁକା ଭିତରେ ,

ସବୁ କିଛି ସତର ସପନ ହଜି ଗଲା ।

ସଂପର୍କର ମାଳ ଗୁଁଥିବାକୁ ଯାଇଥିଲି ସତ, 

ଭରଷା ଆଉ ବିଶ୍ଵାସ ର ଫୁଲ ନେଇ ।

କିନ୍ତୁ ଅବିଶ୍ୱାସ ମିଥ୍ୟାର ଧାର ରେ,

ସଂପର୍କ ର ଫୁଲର ମାଳା ଟି ଛିଡି ଗଲା ।

 ସଂପର୍କକୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଥିଲି

 ଦୁଃଖ କଷ୍ଟ ମୋର ହୃଦୟ ରେ ,

ଲୁଚେଇ ରଖିବାକୁ ଚାହିଁ ଥିଲି।

କିନ୍ତୁ ପାରିଲିନି, ସଂପର୍କ କୁ ରକ୍ଷା କରିବାକୁ, 

ସଂପର୍କ ଭାଙ୍ଗି ଗଲା ।

ମିଥ୍ୟା, ଅବିଶ୍ୱାସର ଆଘାତରେ,

 ସଂପର୍କର ହୃଦୟ ଛିନ୍ନ ଭିନ୍ନ ହେଇ ଗଲା ।

ସୁନ୍ଦର ସଂପର୍କର ପରିଣତି ପାଇଁ କିଏ ଦାୟି?

ବୁଝି ପାରିଲି ନାହିଁ।

ଏତେ ଭଲପାଇବା,ଏତେ ଯତ୍ନ,ଏତେ ସାହାଯ୍ୟ,

ସବୁ ଗୋଟିଏ ମିନିଟ୍ ରେ ଧୂଳିସାତ ହେଇଗଲା ।

ଅନ୍ୟ କାହା ପାଇଁ ଅତି ଆପଣାର ମଣିଷ କୁ 

ଭୁଲିବା ,ପାଇଁ ପ୍ରସ୍ତୁତ ହେଇଗଲା ।

ସେ ସିନା କଥା ଦେଇ ନିଜର କର୍ତ୍ତବ୍ୟ କରିବାରେ ,

ଅସମର୍ଥ ହେଲା ।।

ହେଲେ ମୁଁ ତ ମୋ କର୍ତ୍ତବ୍ୟ କିପରି ବା ଭୁଲି ପାରିବି?

 କରିଥିବା ବ୍ଯବହାର ଆଉ ଦେଉଥିବା ବିଶ୍ଵାସ ଘାତକ 

କଥା କୁ ଭାବିଲେ ଆଖି ରୁ ମୋର ଶ୍ରାବଣର ଧାରା ପରି

ଆଖୁ ରୁ ଲୁହ ବୋହି ଗଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract