ଜୀବନର ପଥ
ଜୀବନର ପଥ
ଚାଲିବାକୁ ହେବ ଏକା ଏକା
ଏ କଣ୍ଟକିତ ପଥରେ
ସହିବାକୁ ହେବ ଏ ଦାରୁଣ
ଆର୍ତ୍ତତ୍ରାଣ ଚିତ୍କାର ।
ନିଜର ଭାବିବୁ ଯାହାକୁ ତୁହିଁ
ସେମାନେ ପର ହୋଇ ଦେବେ ତୋତେ ଉପହାର ।
ଏ ଜୀବନ କାହା ପାଇଁ ଆଦର୍ଶ ହୋଇଥାଏ ତ
କାହା ପାଇଁ ଅଭିଶାପ।
ଜୀବନ ପଥରେ ଅନେକ
ଲକ୍ଷ୍ୟ ରହିଥାଏ
କିନ୍ତୁ ବାସ୍ତବରେ ତାହା କିଛି
ପୂରଣ ହୋଇଥାଏ ଓ
ଆଉ କିଛି ମରୀଚିକା ପରି ବାକି ରହିଥାଏ ।।
