STORYMIRROR

Panchanan Jena

Abstract

2  

Panchanan Jena

Abstract

ସମାଧାନ

ସମାଧାନ

1 min
284

ମନ ମୋର ଆଜି ବେଦନାରେ ଭରା

ସକାଳୁ ସକାଳୁ ଦେଖି ଡ୍ରାମା

ପରଖି ସବୁ ମାନବର ଅମାନବନୀୟ

ଅମଣିଷପଣିଆର ଅକ୍ଷାଂଶ ଓ ଦ୍ରାଘିମା

ବୁଢାବାପ କୁନ୍ଥଉଛି ବିଛଣା କଡରେ

ଅନ୍ଧୁଣୀ ମା' ନଇଁ ନଇଁ ଚାଲେ ବାରିଆଡେ

ନୟନପିତୁଳା ଅନ୍ଧରଲଉଡିର କର୍କଶିଆ ଗଜଲ

ସକାଳୁ ସକାଳୁ ବନ୍ଦେ ମା'ତରମର ଢୋଲ

ମରୁ ନାହାନ୍ତି କି ତରୁ ନାହାନ୍ତି ଶାନ୍ତିରେ

ବୋହୁର ବୁଲେଇ ବଙ୍କେଇ ଗେଲ

ପୁଅର ଟାଙ୍ଗିଆ ଚୋଟରେ

ଲିଭୁଛି ବାପର ଜୀବନ ଦୀପ

ଭୁଜାଲି ମାଡରେ ନିତି

କଟୁଛି କେତେ ମଣିଷ - ପାଦପ

ନିଷ୍ପାପ ନିର୍ମଳ ଝିଅ

ପାଶବିକ ଅତ୍ୟାଚାରରେ ଲାଞ୍ଛିତା

ରାଜଧାନୀର ରାସ୍ତାରେ

ଜନପଥର ଫାର୍ଚା ନିୟନ ଆଲୁଅରେ ଲୁଣ୍ଠିତା

କଥାଟା ମୋର ମନ-ମଗଜକୁ ଚଢିଗଲା

ବ୍ୟଥାଟା ମୋର ଇନ୍ଦ୍ରିୟରୁ ଇନ୍ଧ୍ରୀୟତର ହୋଇଗଲା

ସମଲେଶ୍ଵରୀ କଡା ଗୁଡାଖୁ ଟେଳେ ଧରି

ଖୋର୍ଦ୍ଧା ଗାମୁଛାକୁ କାନ୍ଧରେ କରି ସବାରୀ

ଚାଲିଲି ମୁଁ

ଖୋଜି ଏକ ନିରୋଳା ସ୍ଥାନ

ଏକାନ୍ତରେ ବସି କରିବି ମାନସ ମନ୍ଥନ

ଚିନ୍ତାରେ ବୁଡି ଯିବି

ଧାନସ୍ଥ ହୋଇଯିବି

ଗୌତମ ବୁଦ୍ଧ ପରି

ପାଟଗଡିଆ ପଦାରେ ପାଦ ଦେଲା ପରେ

ବରଗଛ ଚଉରାରେ ବସି

ଛେପକୁ ଟେଳା ଟେଳା କସି

ଏକ ସମାଧାନ ପାଇଗଲା ପରି

ଏକ ସମାଧାନର ପନ୍ଥା ସୂତ୍ର ପାଇଗଲା ପରି

ମଣିଷ ପଶୁ ହୋଇଗଲେ

ମାନବ ମୂଢ ପାଲଟିଗଲେ

ମାନବ ଦାନବ ରାକ୍ଷସ ହେଲେ

ଖେଳ ସବୁ ଅମାନବୀୟ ଖେଳେ

ଅନ୍ୟକୁ କଣ୍ଢେଇ ମଣେ ହେଳେ

ମଣିଷ ଦେହେ ଦିବ୍ୟ ଜ୍ଞାନର ଉଦ୍ରେକ

ଦୟା ଦାନ କରୁଣାର ହେଲେ ସିନ୍ଦୁକ

କ୍ଷମାର ସାଗର ହେଉ ଶେଷ୍ଠ ସର୍ଜନା

ବିଭୁ କଲ୍ୟାଣେ ହେଉ ପାଦ ବନ୍ଦନା

ବସୁଧା ସାରା ସଂସାର ହେଉ ଜ୍ଞାତି ସୋଦର

ମହାମାନବୀୟ ମନ୍ତ୍ରରେ ତନ୍ତ୍ରରେ ଉଜାଗର

କାଳିଆ ନୀଳାଚଳିଆ କରନ୍ତୁ ତା'ହା

ସମାଧାନର ପନ୍ଥା ଦିଖାନ୍ତୁ ଚଉବାହା

ମଣିଷ ହେଉ ମାନବ

ଦାନବ ହେଉ ଦେବ

ମାନବ ହେଉ ମହାମାନବ

ଖେଳ ସବୁ ଆପେ ଆପେ ଯିବ ଅପସରି

ଡ୍ରାମା ସବୁ ଶୁଖାନ୍ତକ ସମସ୍ୟା ସଙ୍ଘାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract