STORYMIRROR

Shreeman Anshuman Priyadarshee

Inspirational

4.5  

Shreeman Anshuman Priyadarshee

Inspirational

ସକାଳର ଆରମ୍ଭ

ସକାଳର ଆରମ୍ଭ

1 min
248


ନିଶା ରାତିର ଜହ୍ନ ଦେଇ ଚାଲିଯାଏ

କେତେ ଅସୁମାରୀ ସପନ 

ସକାଳର ରବି ପ୍ରୀତିର କିରଣେ

ମଧୁମୟ କରେ ଜୀବନ ।।


ନୂଆ ସକାଳର ସୁନୀଳ ଗଗନେ

ଆଶା ପକ୍ଷୀ ଉଡୁଥାଏ 

ଦୁଃଖ କଷ୍ଟର ଅନ୍ଧାର ଭିତରେ

ଜୀବନ ବଳିତା ଜଳୁଥାଏ ।।


ସମୟ ନଈରେ ଜୀବନ ନୌକା

ଭାସି ଭାସି ଚାଲିଥାଏ 

ଦୁଃଖ କଷ୍ଟର ସାଗରରେ ଯାଇ

ସୁଖର ନଈ ମିଶିଥାଏ ।।


ବୟସ ରଥରେ ମଣିଷ ଏଇଠି

ନିତି ଆଗକୁ ବଢ଼ୁଥାଏ 

ପଛକୁ ଚାହିଁ କି ପୁରୁଣା ଦିନକୁ

ମନେ ମନେ ହେଜୁଥାଏ।।


ମୋହ ମାୟାର ରଙ୍ଗମଞ୍ଚରେ ମଣିଷ

ଏହି ପରି ଅଭିନୟ କରୁଥାଏ 

ଅଫେରା ରାଇଜର ବାଟୋଇ ହୋଇ

ସେ କାଳ ବଳେ ଚାଲିଯାଏ।।



Rate this content
Log in

Similar oriya poem from Inspirational