STORYMIRROR

Bibekananda Rout

Inspirational

3  

Bibekananda Rout

Inspirational

ସ୍ୱାଧୀନତା ଦିବସରେ ଅନୁଚିନ୍ତା

ସ୍ୱାଧୀନତା ଦିବସରେ ଅନୁଚିନ୍ତା

1 min
14.3K


ସ୍ଵାଧୀନତାର ଏକସ୍ତୋରୀ ସାଲ ପରେ

କେବେକେବେ ଏକାନ୍ତରେ ନିଜକୁ ପଚାରେ ।୧।

କେତେ ଆମେ ହରାଇଛୁ, କେତେ ଲାଭବାନ

କେତେ ଆମେ ସ୍ଵାଧୀନ ଓ କେତେ ପରାଧୀନ।୨।

ଏବେ ବି ତ କବଳିତ ଲୋଭ ଓ ଦ୍ଵେଷରେ

ପର ନିନ୍ଦା, ପର ଚର୍ଚ୍ଚା, ଅବା ଦୁର୍ନୀତି ଶୀର୍ଷରେ ।୩।

ଆଜି ବି ତ ନାରୀ ଅଟେ ଦୁର୍ବଳା ନିର୍ଜନେ

କିପରି ସ୍ୱାଧୀନ ତେବେ ଭାବେ ମୁହିଁ ମନେ ।୪।

ନୈତିକତା ଗୁଣ ଆମ ପଡ଼ି ଅଛି ଶୋଇ

ସାହାର୍ଯ୍ୟ, ସୌହାର୍ଦ୍ଦ୍ୟ ଭାବ ସତେ ଯାଇଛି ଉଭେଇ ।୫।

ସ୍ଵାର୍ଥ ବଳି ଦେଇ ନିଜ ଝରାଇ ରକତ

ସ୍ୱାଧୀନତା ଜିଣିଥିଲେ କେତେ ଗାନ୍ଧୀ କେତେ ଯେ ଭଗତ ।୬।

ମନ ହୃଦୟକୁ ଯଦି କରିବାନି ସ୍ୱଚ୍ଛ

ସ୍ୱାଧୀନତା ଉପଲବ୍ଧି ହୋଇଯିବ ମିଛ ।୭।

ବଚନ ଚିନ୍ତନ ଆଉ କର୍ମେ ହୋଇ ଶୁଦ୍ଧ

ଦେଶପ୍ରେମ ଭାବନାରେ ହେବା ଉଦବୁଦ୍ଧ ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational