STORYMIRROR

Bibekananda Rout

Tragedy

2  

Bibekananda Rout

Tragedy

ସ୍ମୃତି

ସ୍ମୃତି

1 min
13.4K


ମୋ ନୀରବତାକୁ ତୁମ ମିଠା ସ୍ମୃତି ନିତି ନିତି ଆସି ଭାଙ୍ଗେ

ଅମାନିଆ ହୁଏ ମୋ ନିରୀହ ମନ ସୀମା ସରହଦ ଲଂଘେ ।୧।


ମନକୁ ବୁଝାଇ ପଠାଇ ଦିଏ ମୁଁ ବନ ପାହାଡ଼ର ଦେଶେ

ହେଲେ ବି ସେଠାକୁ ପ୍ରେମର ସୁରଭି କେଉଁ ଆଡୁ ଭାସି ଆସେ ।୨।


ଅବଚେତନ ମୋ ମନର କାଗଜେ ଅଙ୍କା ଅଛି ତୁମ ଛବି

ସେ ଛବିକୁ ଚାହିଁ ତୁମ ଭାବନାରେ ମୋ ମନ ଯାଇଛି ଡୁବି ।୩।


ତୁମ ସ୍ମୃତି ଦିଏ ମିଠା ମିଠା କଷ୍ଟ ଯେବେ ମତେ ଯାଏ ଛୁଇଁ

ସେ କଷ୍ଟକୁ ମତେ ସହିବାକୁ ହେବ ଯେତେଦିନ ଥିବି ଜୀଇଁ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy