STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସଜସାଜ ହୋଇ

ସଜସାଜ ହୋଇ

1 min
14.1K


କବି ସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସଜସାଜ ହୋଇ ମୁଁ ତ ଦେଖିବି ଭାବିଥିଲିରେ

ତୋ ପ୍ରେମେ ଜୀବନ ଦେବି ମନରେ ମାନିଥିଲିରେ -0-


କେତେ ଆଶା ପୋଷି ଚିତ୍ତେ ଧାଇଁଗଲି ଉତ୍କଣ୍ଠିତେ

କୃତ୍ରିମ ହୃଦୟ ତୋର କି ଯୋଗରେ ଦେଖିଲିରେ ।୧।


କେତେ କଥା କହି ଢଙ୍ଗେ ଜଗାଅ ଆନନ୍ଦ ଅଙ୍ଗେ

ନୀଚତାର ପରିଚୟ ଅବଶେଷେ ପାଇଲିରେ ।୨।


ସୁକୋଠର,ନୀଚ, କ୍ଷୁଦ୍ର ନ ବୁଝି ତୁମର ହୃଦ

ସହିବାକୁ କଷ୍ଟ ହୃଦେ କାମାନଳ ଜାଳିଲିରେ ।୩।


କହିବା ବାହୁଲ୍ୟ ମାତ୍ର ଦୁଃଖ ଯା ସହିଛି ଗାତ୍ର

ପ୍ରେମ ଫାନ୍ଦେ ପଡ଼ି ତୋର ଧନମାନ ତେଜିଲିରେ ।୪।


ହରାଇ ଥିଲି ବିବେକ ହୋଇଥିଲି ତୋ ସେବକ

ନୋହିଲେ ଦାରୁଣ କ୍ଳେଶ କିପରି ମୁଁ ସହିଲିରେ ।୫।


ତଳର ତାଳ ବରଡା ଖସୁଛନ୍ତି ଶତକଡ଼ା

ମଝି ବରଡାର ଦିନ ଆସୁଅଛି ଜାଣିଲିରେ ।୬।


ଉପର ବରଡା ଖୁସି ଆୟୁ ତାର ଟିକେ ବେଶୀ

ତୋପରି ନିର୍ଲ୍ଲଜ୍ଜ ସମ ହସୁଅଛି ଦେଖିଲିରେ ।୭।


କଲ ଯା' ଦେଖିଲା ଆଖି ମନୁ ତା ନୁହେଁ ଉପେକ୍ଷି

ଆଶା-ସ୍ୱପ୍ନ-କୁଞ୍ଜ ଭାଙ୍ଗି ମଧୁ ଛବି ଦଳିଲିରେ ।୮।


ବିରାଡ଼ି ବୈଷ୍ଣବ ସାଜି କର୍ତ୍ତବ୍ୟ ତୁମ୍ଭର ତେଜି

ଅନୁପକୁ ଫାନ୍ଦୁଥିଲ ଏବେ ସବୁ ବୁଝିଲିରେ ।୯।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics