STORYMIRROR

Pramit Mohapatra

Inspirational

3  

Pramit Mohapatra

Inspirational

ସିଂହପୁର ଭୂମି

ସିଂହପୁର ଭୂମି

1 min
13.7K


ସିଂହପୁର ଭୂମି, ଶିବଙ୍କ ଆଶିଷେ

ଗ୍ରାମରୁ ହୋଇ ସହର,

କଲ୍ୟାଣୀ ମାତ ଗୋ ତୁମରି ନାମରେ

ସେ କଲ୍ୟାଣ ସିଂହପୁର।

ଅଞ୍ଚଳେ ସୁନାମ ନାଗାବଳୀ ତଟେ

ସୁନାର ଫସଲ ହସେ,

କଲ୍ୟାଣୀ ତୋ ତୀରେ ଖଟଇ କୃଷକ

ଧାନ୍ୟ ତୋ ଅଞ୍ଚଳେ ଭାସେ।

ସିଂହର ନାମକୁ ସାର୍ଥକ କରଇ

ସେହି ସିଂହପୁର ଭୂମି,

ଅଞ୍ଚଳ ନମଇ ତୋ' ଚାଷୀ ପୁଅକୁ

ଗୁଣେ ସେ ଗୋ ପରିଶ୍ରମୀ।


କରିଛି କି ଦୋଷ, ସିଂହପୁର ପୁଅ

ଅବା ଲାଗିଛି ନଜର,

ଅବା ଭାଗ୍ୟର ଏ ପରୀକ୍ଷାର ବେଳ

ହେ ଦେବଗିରି ଇଶ୍ବର।

ତୁମରି ଚରଣ ଆଶିଷ ପରାଏ

ରହି ସେ ପୂଣ୍ୟ ଭୂମିରେ,

ବନ୍ୟାର ପ୍ରଳୟ କାହୁଁ ଖେଳିଗଲା

ଆଜି ସେହି ସିଂହପୁରେ।

ହେ ମାତ କଲ୍ୟାଣୀ, ମାତ ନାଗାବଳୀ

ଦେଖାଇ କରାଳ ରୂପ,

ତୋ ସନ୍ତାନ ଆଜି ଝରାଏ ଲୋତକ

କାହିଁ ଗୋ କରୁଛ କୋପ।


ସେଇ ସୁନା ମାଟି ଶସ୍ୟେ ଗୋ ଶ୍ୟାମଳା

ଶସ୍ୟ ବିତରେ ଅଞ୍ଚଳେ,

ସିଂହର ସାହାସ ଆମ ବୁକେ ଆଜି

ସେଇ କୃଷକର ବଳେ।

ଅଞ୍ଚଳେ ବିତରେ ତୋ'ର ସୂତ ଅନ୍ନ

କ୍ଷୁଧାର୍ତ୍ତ ଅତି ସେ ଆଜି,

ଏ କି ଉପହାର, ଶ୍ରମକୁ ତାହାର

ବୁଦ୍ଧି ଗୋ ଗଲାଣି ହଜି।

ବାରେ କୃପା କର, ହସୁ ଏ ଧରଣୀ

ଆହେ ଦେବଗିରିବର,

ସୁନାର ଫସଲେ ଖେଳୁ ସେ ଲହରୀ

ପୁଣି ହସୁ ସିଂହପୁର।



ମୁନ୍ନା ଭଇ, ଗୁଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational