ଶୂନ୍ଯ ସମ୍ପର୍କ
ଶୂନ୍ଯ ସମ୍ପର୍କ
କାହିଁ ମାଡିବସିଛୁ ଶୁନ୍ଯତାକୁ
ନିଶବ୍ଦସେ ନିର୍ବିକାର
ପଥରପ୍ରାୟ
ହସେନିକି କାନ୍ଦେନି ।
ତୁସିନା ଝୁରି ହେଉ,
ଶକ୍ତହାତ ମୁଠାରେ ଜାବୁଡି ଧରୁ
ସେଇ ଡୋରକୁ,
କ୍ଷତାକ୍ତ ହୋଇବି
ଖୁସିର ଡେଗୁଂରା ପିଟୁ ।
ଚନ୍ଦ୍ରମାର ଅପେକ୍ଷାରେ
କୁମୁଦ ପ୍ରାୟ
ଅପଲକ ନୟନେ
ଆଉକେତେ ଦିନ ଏମିତି
ଅପେକ୍ଷା ।
କାଳେଯଦି ଆସିବସେ
ବର୍ଷା ବସନ୍ତ ଅବା
ଶିଶିର ଆବାହନୀରେ
କିଛିନୁଆ ଅନୁଭୁତି ନେଇ
ସାଇତିବାକୁ ଟିକେସ୍ମୃତି
ବଳକା ଜୀବନେ
କେବେ କେମିତି ଚାଲିବାକୁ
ଦୁଇ ପାଦ ସାଥିରେ ।
ଜାଣିଛୁକି ସ୍ଥିତି ତୋ
କାହା ମାନସପଟରେ
କ୍ଷୁଦ୍ର ଏକ କୀଟ ତୁ
ଏ ବିଶାଳ ଜଗତରେ
ସିଏ ଗଢି ଚାଲିଛି
ଏକରୁ ଅନେକ
ସୁରମ୍ଯ ଶୌଧ
କିଛି ପ୍ରାପ୍ତିର ଆଶା ତ ନାହିଁ
ତା ପାଖରେ
ସମ୍ପର୍କ ଆଳ,
ଭଲମନ୍ଦ ଅବା
ଲାଭ କ୍ଷତିର ହିସାବ ।
ଛାଡିଦେ ମୁକ୍ତ କରିଦେ
ଉଡୁଥାଉ ଯେତେ ଉଡି ପାରିବ
କାଳର ବୈଶାଖୀରେ
ଏ ଜନ୍ମପାଇଁ
ସେତିକିଥାଉ
ଆଶା ପ୍ରଚେଷ୍ଟା ।
କେବେତ ହେବ
ଅନନ୍ତର ଅନ୍ତ
ଢାଳିବାକୁ ପୁର୍ନାହୁତି
ଅସରନ୍ତି ଏ
ଦିଗହୀନ ଅପେକ୍ଷାର ।
ଦୁରେଇ ଯା ଯେତେ ଶୀଘ୍ର ସମ୍ଭବ
ଭାବନାର ପରିଧି ଡେଇଁ
ନ ରହିବ ବ୍ଯଥା
ବ୍ଯାକୁଳତା
ମରୀଚିକା ମୋହ
ମେଣ୍ଟୁ ନଥିବା ଶୋଷ ।
ହରାଇଚାଲିଛୁ ନିଜକୁ କେତେ ଯୁଗରୁ
ପୁଣି ଆସିବକି ଫେରି
ସେଇ ସମୟ ସବୁ
ଦେଖ୍ ତୋ ଚାରିପାଖ
ସୁନ୍ଦର ଦୁନିଆ
ଆଡେଇ ଚାଲିଚୁ
କାହାପାଇଁ
ଏ ଦୁନିଆ ଆଖିରେ
ବ୍ଯର୍ଥ ତୋ ଭାବନା ।
ବଞ୍ଚିବା ଶିଖିବୁ କେବେଆଉ
ଦୌଡିବାକୁ ହେବ ଯେ,
ସମୟର ତାଳେତାଳେ
ଥକିଯିବୁ
ଏ ଶୁନ୍ଯ ସମ୍ପର୍କର ଭାର ବୋହି
ଜଳୁଥିବୁ ଏମିତି
ମୁହୁର୍ତ୍ତ ପ୍ରତି ମୁହୁର୍ତ୍ତ
ଶେଷ ନିଶ୍ୱାସ ଥିବାଯାଏ ।
ସ୍ୱପ୍ନ ତୋର ଅଧାପନ୍ଥା
ଏବେ ବି ଉଂକି ମାରୁଥାଏ
ହୃଦୟ ଦୁଆରରେ
ସାଜିବାକୁ ଅପ୍ସରା
ତୋ କାରିଗରୀ ଜାଦୁ ରେ
ହୋଇ ପାରେ ଛୋଟ ଏକ ବାଲିଘର
ଅଦ୍ୱିତୀୟ କୋଣାର୍କ ଆଢୁଆଳରେ
କିନ୍ତୁ ତୋ’ର,
ସେ ଏକାନ୍ତ ନିଜସ୍ୱ ।
ହଁ ଆଉକିଛି,
ପୁରୁଣାନୁଆ ମୁହଁ, ନିଷ୍ପାପ
ବିଶ୍ୱାସ
ସେ ନୁହେଁ କ୍ଷଣଭଂଗୁର
ସେଇ ତୋର ପରିଧି
ପରିଚୟ
ସେଇଠି ତୋ ସ୍ୱର୍ଗ ।