STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଶୁଭ କଳସ

ଶୁଭ କଳସ

1 min
399


କିଛି ନା କିଛି ବାଟ ତ ଥିବ ବାଟୋଇ ପାଇଁ

ଦୈନିକ ପାଦଚଲା ରାସ୍ତା ତ ଥିବ ପଥିକ ପାଇଁ

 ରସ ବି ରହିଥିବ ଆତୁର ତୃଷାର୍ତ୍ତ ଭକ୍ତ ପାଇଁ


କିଛି ନା କିଛି ଶ୍ଳୋକ 

ଗୀତା ପୁରାଣରେ ଲୁଚିଥିବ

କିଛି ନା କିଛି ପଦ୍ୟ

ଶାସ୍ତ୍ର ଭାଗବତରେ ଲିପିବଦ୍ଧ ଥିବ 


କିଛି ନା କିଛି କୁହୁକ

 ମନ୍ତ୍ରର ସ୍ତବକ ଗାଇ ଗାଇ

ବିଭୁ ପ୍ରସାଦ ପାଇ ଖାଇ

ମନ ମଗଜରୁ 

ହୃଦୟ ଗହ୍ଵରରୁ

ଅନନ୍ତ ଅନୁର ମଧ୍ୟରୁ

ସମୁନ୍ନତ ଭାବ ଭାବନାରେ ଫେଣ୍ଟା

ତ୍ୟାଗ ସମର୍ପଣରେ ବଣ୍ଟା

ଦାନ ଦକ୍ଷିଣାରେ ଘାଣ୍ଟା

କିଛି ତ ଉପାୟ ଥିବ ହିଁ ଥିବ ।


ପ୍ରଭୁ ଆଶ୍ରିତ ପନ୍ଥା ନିର୍ମିତ ଥିବ

ଗଣି ଗଣି.ପାଦ ପକେଇଲେ

ପାହୁଣ୍ଡ ପାହୁଣ୍ଡ ଆଗେଇ ଚାଲିଲେ

ଝୁଣ୍ଟି ପଡିଲେ ଲହୁ ଲୁହାଣ ହେଲେ

ଜୀବନ ଯୁଦ୍ଧରେ ହାରି ଗଲେ

କର୍ମ ଜଞ୍ଜାଳର ବଡ଼ ଦାଣ୍ଡରେ

କେହି ଜଣେ ହାତ ବଢେଇ

କୋଳେଇ ନେଉଥିବ

ଖୁସି ହିଁ ଖୁସି ମିଳୁଥିବ ।


କାହାରି ହୃଦୟ ନ ବିଦାରୁ

କାହାରି ଘର ନ ଉଖାରୁ

କେହି ନ ରହନ୍ତୁ ବଇରୀ

ମୁଖ ମୟୂଖରୁ ଝରୁ ଅମୃତ ଚାତୁରୀ

ହରିନାମ ମହାମନ୍ତ୍ର ଜପୁଥିବ

ସଦା ରଟୁଥିବ ହିଁ ଥିବ ।


ଚାରିଦିନର ଅମୂଲ୍ୟ ଜୀବନ କଟିଯାଉ

ଅତୁଲ୍ୟ ମାନ ସମ୍ମାନ ମିଳୁଥାଭ

ସମ୍ମାନୀତ ବିଭୁଷିତ ଆକାଂକ୍ଷିତର

ପଛେ ପଛେ ନ ଧାଉଁ

କରି କରାଉ ଥାଉ ତୁହିର ଆର୍ତ୍ତନାଦ 

ଘନ ଘନ ଗୁଞ୍ଜରୁ ବ୍ରହ୍ମନାଦ


ଭୃଣ ରୁ ଭୂମାର ଉନ୍‌ମେଶ

ଗର୍ଭରୁ ଶ୍ମଶାନ ପାଉଁଶର ପାଶ 

କୁଆଁ କୁଆଁରୁ ହରିନାମର ଦେଶ 

ବିଭୁ ଚରଣାରବିନ୍ଦରେ ପ୍ରବେଶ

କରୁ ଜୀବ ଜୀବନ ଶୁଭ କଳସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational