STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଶତପଦ୍ମ ଫୁଟେଇବି ତୋ ପ୍ରେମରେ

ଶତପଦ୍ମ ଫୁଟେଇବି ତୋ ପ୍ରେମରେ

1 min
83

ଶରତର ଜ୍ୟୋସ୍ନାଭିଜା 

            ଶାନ୍ତନିଶି ରେ 

ଶିହିରିତ ତନୁମନ 

          ସିକ୍ତ ସମୀରେ


ସେହି ପାହାଡ଼ର ଶିଖରେ 

ଯାମିନୀ ବିତିବ ଯହିଁ 

        ସପନର ବିଭୋରେ


ଶିଶିରର କମନୀୟ 

        ଶିଶିର ବିନ୍ଦୁ 

ଚରଣ ପଙ୍କଜ ଆମ 

        ପୂଜିବ ବନ୍ଧୁ


ସେହି ହିମ ସ୍ନାତପୟରେ 

ବନପଥେ ରଚିଯିବା 

      ପୀରତି ର ଛାପରେ


ତନ୍ତ୍ରୀଥରା ଶୀତ ଯେବେ 

        ଆସିବ ମାଡି 

ବାହୁବନ୍ଧନ ରେ ପ୍ରିୟା 

       ରଖିବି ଭିଡି


ତୁମ ଶିତ୍କାର ର ଜୁଆରେ 

ମଗନ ହୋଇବା ଆମେ 

   ପ୍ରଣୟ ର ମଧୁ ବେଳାରେ


ବସନ୍ତେ ଫୁଟିଲେ ମଲ୍ଲୀ 

       ହେନା କରଵୀ 

ନୀଳ କବରୀ ରେ ସଖି 

        ସଜାଇ ଦେବି 

ତୁମ ଏଇ ରଙ୍ଗ ଅଧରେ 

ଶତପଦ୍ମ ଫୁଟେଇବି 

     ଭିଡିଧରିବାହୁରେ


Rate this content
Log in

Similar oriya poem from Abstract