STORYMIRROR

Nilamani Thapa

Inspirational Others

4  

Nilamani Thapa

Inspirational Others

ଶ୍ରୀକ୍ଷେତ୍ର ଭଅଁରି

ଶ୍ରୀକ୍ଷେତ୍ର ଭଅଁରି

1 min
259

ଜୟ ଜଗନ୍ନାଥ           ଜଗତର ନାଥ

      ଜୟ ଜଗଦୀଶ ହରି

ତୁମରି ମହିମା            ଅନନ୍ତ ଅପାର

      ଆହେ ପ୍ରଭୁ ଚକ୍ରଧରୀ ।


ଯୁଗ ପରେ ଯୁଗ       ଭିନ୍ନ ଅବତାରେ

       ସବୁଠି ଲିଳା ତୁମରି

ଏ କଳି ଯୁଗରେ       ଜଗନ୍ନାଥ ନାମେ

       ତୁମ୍ଭେ ଅଛ ଅବତରି ।


ଭକ୍ତ ଙ୍କର ସୁଖେ    ଦୁଃଖେ ସହଭାଗୀ

       ତୁମେ ହିଁ ସାହା ସବୁରି

ବାର ମାସେ ତେର       ପରବ ପଡଇ

       ଧନ୍ଯ ମହିମା ତୁମରି ।


କେତେ ସାଧୁ ସନ୍ଥ       ଭକତ ତୁମରି

       ନାଚୁଥାନ୍ତି ଢଳି ଢଳି

ଭଜନ କୀର୍ତ୍ତନ        ମୃଦଙ୍ଗ ସାଥିରେ

      ବାଜେ କେତେ ଭେରି ତୁରୀ ।


ଅକ୍ଷୟ ତୃତୀୟା         ଚନ୍ଦନ ଯାତରା

      ପରଠାରୁ ହୁଏ ଲିଳା

ଶିରି କ୍ଷେତ୍ରର ରେ       ପ୍ରଭୁ ଙ୍କର ହୁଏ

      ଭଉଁରି ଜାତରା ମେଳା ।


ଦ୍ବାପର ଯୁଗରେ         ବିରାଟ ରାଜନ

       ପାଣ୍ଡବ ମାନଙ୍କୁ ନେଇ

ଶ୍ରୀ କ୍ଷେତ୍ର ଭଅଁରି        ଭଜନ କୀର୍ତ୍ତନ

       ଆନନ୍ଦ ମନେ କରଇ ।


କେତେ ସାଜସଜ୍ଜା     ରାଗ ଭୋଗ ସହ

        ହଳଦି ଚନ୍ଦନ ଧରି

ଉଛୁଳି ପଡଇ          ଭକତ ମେଳରେ

        ଘଣ୍ଟ ଶଙ୍ଖ ନାଦ କରି ।

       

କାଳିଆ ବଳିଆ         ଆଗେ ଚାଲିଥାନ୍ତି

         ଭକ୍ତ ଗଣ ସାଥେ ଧରି

କି ସୁନ୍ଦର ସୋଭା         ଯାତରା କରନ୍ତି

         ନାଚ ଗୀତ ଗାନ କରି ।


ନରେନ୍ଦ୍ର ପୋଖରୀ ରେ  ହେଇ ବିରାଜିତ

         କରନ୍ତି ଭଅଁରି ଯାତ

ଚାପ ରେ ବସିଣ         ଜଳକ୍ରୀଡା ହୁଏ

         ଆନନ୍ଦ ମନ ସହିତ ।


ସାର ଓଡିଶା ର        କୋଣ ଅନୁକୋଣ

         ସୁଣାଯା ହରି ହରି 

ଶ୍ରୀ କ୍ଷେତ୍ର ଭଅଁରି         ଯାତରା ହୁଅଇ

        ପ୍ରଭୁଙ୍କ ନାମ ସୁମରି ।


Rate this content
Log in

Similar oriya poem from Inspirational