STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଶ୍ରୀଚରଣେ ନିବେଦନ

ଶ୍ରୀଚରଣେ ନିବେଦନ

1 min
179

ପୂଜିବାକୁ ପାଦ ଆସିଛି ଗୁରୁ ହେ 

  ନାନାଜାତି ଫୁଲ ତୋଳି 

ତୁମରି ଚରଣ ଧୂଳି ମୋ ମଥାରେ 

  ଶରଧାରେ ଦେବି ବୋଳି

ସେହି ଧୂଳି ମୋର ପ୍ରାଣର ବିଭୁତି 

   କିଛି ମାଗୁନାହିଁ ତୋତେ 

ମୋପାଇଁ ତ ସିଏ କୋଟି ଅଇଶ୍ୱର୍ଯ୍ୟ 

  ନୀରବରେ ମଥାପାତେ

ଅନନ୍ତ ଆକାଶ ଅନନ୍ତ ନୀଳିମା 

   ଆଦିଅନ୍ତ ତୁମ ନାହିଁ 

ସେହି ଆକାଶର ପ୍ରତିରୂପ ତୁମେ 

   ଆନକିଛି ନ ଜାଣଇ

ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ବସୁନ୍ଧରା 

   ଜ୍ଞାନ ଐଶ୍ୱର୍ଯ୍ୟ ସମ୍ଭାର 

ପ୍ରାଣ ପାରାବାର ସରିତ ନିର୍ଝର 

   ତୁମ ଗର୍ଭେ ଗୁରୁବର

ସଦଗୁରୁ ତୁମେ ସନ୍ଥ ହୃଦୟର 

   ଭକତିର ଭାବ ତୁମକୁ ଗୋଚର 

ଯୋଗୀ ମାନସର ଶୁଭ ଅଭିଳାଷ 

   ଅଶେଷ କରୁଣା ତୋର

ଏକଲବ୍ୟ ପରି କି ଦକ୍ଷିଣା ଦେବି 

    ମୁଁ ଯେ ଅଧମ ଅଜ୍ଞାନ 

ଶିଷ୍ୟ ବୋଲି ସିନା ଅଳି ମୁଁ କରୁଛି 

    ଅଣୁ ଠାରୁ ମୁଁ ଯେ ହୀନ

ଘେନାକର ନିବେଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract