Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

4  

Panchanan Jena

Tragedy

ଶଳା ନରାଧମ

ଶଳା ନରାଧମ

1 min
4



ବଡ଼ ବିଚିତ୍ର ଲାଗେ ପୁରୁଷର ଜୀବନ

ସମୟ ସିଢିରେ ସମସ୍ତେ ଚଢିବେ

ପରିସ୍ଥିତି ଚକ୍ରରେ ସମସ୍ତେ ପେଷିବେ

ବିଚରା ଶେଷରେ ଗାଳି ଗୁଳି ହିନିମାନ


ଭାବି ଦେଖ

ପୁରୁଷକୁ ଜରୁରୀ ସ୍ଥାୟୀ ବାସସ୍ଥାନ

ସ୍ତ୍ରୀ ଗୃହଲକ୍ଷ୍ମୀ ସୁଗୃହିଣୀ

ପୁରୁଷକୁ ଜରୁରୀ ସ୍ନେହପ୍ରେମ ଉପସ୍ଥାନ

ସ୍ତ୍ରୀ ପତ୍ନୀ ଅର୍ଦ୍ଧାଙ୍ଗିନୀ 

ପୁରୁଷକୁ ଜରୁରୀ ସେବାଯତ୍ନ ଶୟନ

ସ୍ତ୍ରୀ ଦାସୀ ଅଙ୍କବାସୀ

ପୁରୁଷକୁ ଜରୁରୀ ରୋଜଗାର ଉପାର୍ଜନ

ସ୍ତ୍ରୀ ଶିକ୍ଷୟତ୍ରୀ ମନ୍ତ୍ରୀ

ପୁରୁଷକୁ ଜରୁରୀ ଦୁଃଖ ସୁଖରେ ଅସ୍ଥାଜ୍ଞାପନ

ସ୍ତ୍ରୀ ମାତା ମହିୟସୀ

ପୁରୁଷକୁ ଜରୁରୀ ସୈନିକ ପଡୋଶୀରଣାଙ୍ଗନ

ସ୍ତ୍ରୀ ଖଣ୍ଡା ଖର୍ପର ଧାରିଣୀ

ପୁରୁଷକୁ ଜରୁରୀ କୂଳ ବଂଶ ବିସ୍ତାର ପ୍ରାଙ୍ଗଣ

ସ୍ତ୍ରୀ ରମଣୀ ଜନନୀ 

ପୁରୁଷକୁ ଜରୁରୀ ସଂସ୍କାର ପରଂପରା ଆସ୍ଥାନ

ସ୍ତ୍ରୀ ଧରା ଧରଣୀ ଧରିତ୍ରୀ


ଭାବି ଦେଖ

ପୁରୁଷ ବିଚରା କାଠଗଡାରେ ଛିଡ଼ା

ବଦଳେଇ ପାରୁନି ଶତାବ୍ଦୀର କୋରଡ଼ା

ସବୁ କର୍ମରେ ଶଙ୍ଖ ଫୁଙ୍କିବ ଆଗ ବାଗ

ଶେଷରେ ଶୁଣିବ ତିରସ୍କାର ମସ୍ତିକ ରାଗ

ଝାଳ ବୁହେଇ ମୁଣ୍ଡେଇବ ଜଞ୍ଜାଳ ବିଷମ

ଉପସଂହାରେ ଚର୍ବିତ ଚର୍ବଣ ଶଳା ନରାଧମ ।


Rate this content
Log in

Similar oriya poem from Tragedy