ଶକ୍ତିଶାଳୀ
ଶକ୍ତିଶାଳୀ
କୋମଳ ହୃଦୟ ଅଟଇ ଯାହାର
ସେହି ସବୁଠାରୁ ଶକ୍ତିଶାଳୀ
ଯେତେ କଟୁକଥା ଆଘାତ ବି ଦିଅ
ଚନ୍ଦନ ପରାଏ ମଥାରେ ଦିଅଇ ବୋଳି ।
ପରର ଅନିଷ୍ଟ ଚିନ୍ତା ସେ କରେନି
ସମସ୍ତେ ତା'ପାଇଁ ବନ୍ଧୁ ର ସମ
କାହାରି ବେଦନା ସହି ପାରେ ନାହିଁ
ଦୁଃଖ ରେ ଜଳଇ ତାହାର ମର୍ମ ।
ବନ୍ଧୁତା ର ହାତ ବଢାଏ ସଭିଙ୍କୁ
ଚିନ୍ତା କରେ ନାହିଁ ହିତ ଅହିତ
ବିପଦେ କାହାକୁ ଦେଖିଦିଏ ଯେବେ
ବଢାଇ ଦିଏ ସେ ବନ୍ଧୁତା ହାତ ।
ଯେତେ ଦୁଃଖ ଥାଉ ହୃଦୟରେ ତାର
ଓଠୁ ଝରୁଥାଏ ମଧୁର ହସ
କଥାରେ କରେ ସେ ପରକୁ ଆପଣା
ଶତ୍ରୁ ହେଲେ ବି ସେ ହୁଅଇ ବଶ ।
