STORYMIRROR

Lalita Jena

Inspirational

3  

Lalita Jena

Inspirational

ଶହୀଦ ଯବାନ

ଶହୀଦ ଯବାନ

1 min
14.2K


ମାଟି ମାଆ ପାଇଁ ଜୀବନକୁ ଦେଲ

ହେ ବୀର ପୁରୁଷ ତୁମେ,

ଧନ୍ୟ ତୁମ ପିତା ଧନ୍ୟ ତୁମ ମାତା

ଜନ୍ମିଥିଲ କେଉଁ ଗ୍ରାମେ ।

ଖରା, ବରଷା, ଶୀତ କି କାକର

ସବୁ ଦେହେ ସହିଯାଅ,

ମାଟି ମା’ ଟେକ ରଖିଅଛ ତୁମେ

ଭାରତ ମାତାର ପୁଅ ।

ସଂସାର ମାୟାକୁ ତୁଚ୍ଛ ମଣିଲ

ଦେଶ ସେବା ଥିଲା ଲକ୍ଷ୍ୟ,

ଛାଡ଼ି ଘରଦ୍ଵାର ବନ୍ଧୁ ପରିଜନ

ଯୁଦ୍ଧରେ ହୋଇଲ ଦକ୍ଷ ।

ଜୀବନକୁ ତୁମେ ବାଜି ଲଗାଇଲ

ନଥିଲା ମନରେ ଲେଶ

ଦେଶ ପାଇଁ ତୁମେ ଶହୀଦ ବନିଲ

ଆଣିଲ ଗୌରବ ଯଶ ।

ଲଳିତା ଜେନା

ପଟିଆ , ଭୁବନେଶ୍ଵର

ପ୍ରତିଯୋଗିତା ନିମନ୍ତେ

ମୋ : ୯୦୯୦୩୪୮୦୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational