STORYMIRROR

Lalita Jena

Others Romance

2  

Lalita Jena

Others Romance

ଶରତ ସୁନ୍ଦରୀ

ଶରତ ସୁନ୍ଦରୀ

1 min
2.8K


ଶରତ ରାତି ଆସେ ହସି ହସି,

ଆକାଶେ ଜହ୍ନ ତୋଫା,

କାଶତଣ୍ଡୀ ଫୁଲେ ଖେଳୁଛି ରୂପସୀ,

ସତେ ଲାଗେ ଅପ ରୁପା l

କିଏ ସେ ଅପ୍ସରୀ ଅଶ୍ଵିନେ ଆସିଛି,

ସରଗର ସେକି ପରି,

ଦୂରୁ ଦିଶୁଥାଏ ରୂପେଲି ଚାନ୍ଦୁଆ,

ଚକ ମକ କରୁ ଗୋରୀ l

ଚାଲିଗଲେ ତୁହି ଫୁଲ ଫୁଟୁ ଥାଏ,

ହସ ରେ ଝରେ ମହୁ,

ଫୁଲେଇ ଫୁଲ ଟା କରୁ ଥାଏ ଥଟା,

ତୁ କାହା ଘର ହବୁ ବୋହୂ l

ତୋ ରୂପ ଦେଖି କାଶତଣ୍ଡୀ ଫୁଲ,

ମୁରୁକି ମୁରୁକି ହସେ,

ଚମ୍ପା କଢି ପରି ତୋରି ଚେହେରା,

ମହ ମହ ଖାଲି ବାସେ l

କିଏ ସେ ବିନ୍ଧାଣି ଗଢ଼ିଛି ତତେ ଲୋ,

ଚାନ୍ଦ ର ଚାନ୍ଦିନୀ ପରି,

ଧଳା ଶାଢ଼ୀ ଦେହେ ନାଲି ଧଡ଼ି ଅଛି,

ଝିଅ କି ଅଛୁ ତୁ କୁଆଁରୀ l

ନଈ ପଠା ଧାରେ କାସ ତଣ୍ଡି ମାଲେ,

ତୋର ମୋର ହେଲା ଭେଟ,

ତୋ ପାଇଁ ଗୋରୀ ପାଗଳ ହେଲିଣି,

ଫୁଲ ରେ ସଜାଇ ଖଟ l

ଚାହାଁଣି ରେ ମୋର ମନ କିଣି ନେଲୁ,

ଚୋରି କଲୁ ଆଖି ନିଦ,

ତୋ ଆସିବ ବାଟକୁ ଚାହିଁ ବସିଛିଲୋ,

ମୋ ଘରେ ପଡିବ ପାଦ l

ଥିରିଥିରି ହୋଇ ପବନ ବହିଲା,

କାଶତଣ୍ଡୀ ମଥା ହଲେ,

ତୋର ମୋର ଯୋଡି ଲାଗିବ ସୁନ୍ଦର,

ହାତ ଗଣ୍ଠି ପଡି ଗଲେ l


ଲଳିତା ଜେନା

ପଟିଆ, ଭୁବନେଶ୍ୱର

ମୋ - 9090348071


Rate this content
Log in