STORYMIRROR

Lalita Jena

Inspirational Others

3  

Lalita Jena

Inspirational Others

ଏଇ ମୋର ପ୍ରିୟ ଗାଁ

ଏଇ ମୋର ପ୍ରିୟ ଗାଁ

2 mins
10.1K


କି ସୁନ୍ଦର ଆହା ମୋ ଜନମ ସ୍ଥାନ ଲୋ

ଏଇ ପଲ୍ଲୀ ଗ୍ରାମେ ମୋର

ମୋ ବାଲ୍ୟ ଜୀବନ କଟିଛି ଗାଁରେ

କେତେ ଅଭୁଲା ସ୍ମୃତି ଯେ ତାର

ମୋ ଗାଁ ମାଟିର ପାଣି ପବନରେ

ସୂର୍ଯ୍ୟଙ୍କ କିରଣ ହସେ

ରାତିରେ ମୋ ଗାଁ ଜହ୍ନ ଆଲୁଅରେ

କି ସୁନ୍ଦର ଆହା ଦିଶେ

ଗାଁ ଚାରିପଟେ ବିଦ୍ୟାଳୟ ଆମ

ପିଲାଏ ପଢ଼ନ୍ତି ପାଠ

ଗାଁ ଗରିପଟେ ଆମ୍ବତୋଟା ମାଳ

ଥାଏ ସବୁଜ କ୍ଷେତର ପାଟ

ବଣ ଜଙ୍ଗଲରେ ଘୋରା ମୋ ଗାଁ ଲୋ

ଚାରିଆଡେ ଥିଲା ଗଛ

ଗାଁ ପୋଖରୀରେ ଫୁଟୁଥାଏ କଇଁ

ଖେଳୁଥାଏ କଉମାଛ

ମୋ ଗାଁ ମନ୍ଦିର ଗଛ ମୂଳରେ ଲୋ

ତାସ୍ ପାଲଟି ବସେ

ଜାତି ଜାତି ଫୁଲ ବାଡି ବଗିଚାରୁ

ମହକ ବାସନା ଆସେ

ଗାଁ ମୁଣ୍ଡ ଥାନ୍ତି ଗ୍ରାମ ଦେବତୀ ଲୋ

ମନ୍ଦିର ହୋଇଛି ଠିଆ

ବିପଦେ ଆପଦେ ଆଶ୍ରା କରିଥାଉ

ଡାକିଲେ ହୁଅନ୍ତି ସାହା

ଝଙ୍କାଳିଆ ବରଗଛର ତଳେ ଲୋ

ପିଲାଏ ଖେଳନ୍ତି ଦୋଳି

ସଞ୍ଜ ନଇଁଗଲେ ଘଣ୍ଟ ଶୁଭୁଥାଏ

ଚଉରାରେ ଦୀପଜାଳି

ଚଣ୍ଡି ଠାକୁରାଣୀ ଖଡ୍ଗ ଧରି ହାତେ

ପର୍ବତ ଶିଖରେ ଠିଆ

ଘଣ୍ଟ ଘୋଡେଇ ରଖୁଛି ମୋ ଗାଁ

ପଣତ କାନିରେ ମାଆ

ଜଗତର ନାଥ ପ୍ରଭୁ ଜଗନ୍ନାଥ

ମୋ ଗାଁ ମଝିରେ ବିରାଜିଛନ୍ତି

ଆଷାଢ଼ ମାସରେ ଗୁଣ୍ଡିଚା ଯାତରେ

ନନ୍ଦିଘୋଷ ରଥେ ଯାନ୍ତି

ଗାଁର ଶେଷରେ ଶିବ ମନ୍ଦିର ଲୋ

ବଉଳ ବଗିଚା ଅଛି

ନୀଳ କଣ୍ଠେଶ୍ବର ପ୍ରତ୍ୟେକ୍ଷ ଠାକୁର

ଧନ୍ୟ ପଟିଆ ଗଡ ହୋଇଛି

କୁଆଁର ପୁନେଇଁ ଚାନ୍ଦ ରାତି ପାଳୁ

ଗାଇ ରଜ ଦୋଳି ଗୀତ

ଘରେ ଘରେ ଦିଅଁ ଭୋଗ ଖାଉଥାନ୍ତି

ଫଗୁଣରେ ଦୋଳ ଯାତ

ବାର ମାସରେ ତେର ପରବ ଲୋ

ହସେ ମୋ ପଟିଆ ଗଡଟି

ସେଇ ପିଲା ଦିନ ଖୋଜୁଛି ଆଜି ଲୋ

ମନେ ମୁଁ ସାଉଁଟି ସାଉଁଟି

ଗାଁ ଦାଣ୍ଡେ ଖେଳୁ କେତେକେତେ ଖେଳ

କରି ଧୂଳି ବାଲି ଘର

ସଞ୍ଜ ନଇଁ ଗଲେ ଗାଈ ଗୋଠରୁ ଫେରନ୍ତି

ସତେ ଲାଗେ ଗୋପପୁର

କାହିଁ କେତେ ଯୁଗ ଇତିହାସ କହେ

ଜନମ ମାଟି ଯେ ମୋର

ଗଡ ରାଇଜରେ ପ୍ରସିଦ୍ଧ ଲଭିଛି

ପଟିଆ ଗ୍ରାମ ମୋହର

ଏମିତି ଗାଁର ଝିଅ ଟିଏ ମୁହିଁ

ଭୁଲିନି ଗାଁର ସ୍ନେହ

ଲାଗେ ମୋତେ ସବୁ ନିଜର ନିଜର

ତୁଟିବନି କେବେ ମୋହ

କୁଢ଼ କୁଢ଼ ଶବ ଦାହ ହେଉଛି ଲୋ

ମୋ ଗାଁ ମଶାଣିରେ

କରୁଅଛି ଅଳି ଯାଆନ୍ତି କି ଜଳି

ମୋ ଜନମ ମାଟି କୋଳରେ

ମିଶି ଯିବି ଦିନେ ମୋ ଗାଁ ମାଟିରେ

ହୁତୁ ହୁତୁ ହୋଇ ନିଆଁ

ଦୁଃଖ କରୁଥିବେ ଆତ୍ମୀୟ ସ୍ଵଜନ

ଏଇ ଯେ ମୋ ପ୍ରିୟ ଗାଆଁ

ଧନ୍ୟ ସେଇ ଗାଆଁ ଧନ୍ୟ ସେଇ ମାଆ

ଯା କୋଳେ ଜନମ ହୋଇ

ଆଶା ମୁଁ ରଖିଛି ଆର ଜନମକୁ

ମୋ ଗାଁରେ ଜନମ ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational