STORYMIRROR

Dhruba Behera

Inspirational

3  

Dhruba Behera

Inspirational

ଶହୀଦ ଦିବସ ୨୩ ମାର୍ଚ୍ଚ

ଶହୀଦ ଦିବସ ୨୩ ମାର୍ଚ୍ଚ

1 min
13.5K


   

ଦେଶ ଲାଗି ଏହି ଅମର ଶହୀଦ 

ପାଇଥିଲେ ଦିନେ ଫାସି 

ନିଜ ସୁଖ ଭୁଲି ଜୀବନ ସମର୍ପି 

ଭୁଲି ଯାଇଥିଲେ ଖୁସି ।।

ବଳିଦାନ ତାଙ୍କ ଅସୀମ ଅମାପ 

ମାପି ହେବ ନାହିଁ ଅଙ୍କେ 

ଗୋରା କଂସେଇଙ୍କ ନିର୍ମମ ହୃଦୟ

ଫାଟିଲା ସମୟ ବାଙ୍କେ ।।

ମାଟି ମାଆ ଲାଗି ସୁଯୋଗ୍ୟ ସନ୍ତାନ 

ଥିଲେ ବଳୀଆନ୍ ବୀର 

ଭାରତ ମାତାର ଇଜ୍ଜତ ଗାରିମା 

ଥିଲା ତାଙ୍କ ଶେଷ ସ୍ବର ।।

ଗୋଟିଏ ଦିନରେ ତିନୋଟି ସୁ ପୁତ୍ର 

ହରାଇ ଥିଲା ମୋ ମାଆ 

ଆମ ଇତିହାସେ ଅମର ପୃଷ୍ଠାରେ 

ଲିପିବଦ୍ଧ ତାଙ୍କ ନାଆଁ ।।

ତିନି ମହା ଯୋଦ୍ଧା ଆଜି ବି ଅମର 

ସୁଖଦେବ, ରାଜଗୁରୁ ,

ଭଗତସିଂହଙ୍କ, ଅମରତ୍ବ କାର୍ଯ୍ୟ

ଲିଭିବନି ଏ ମାଟିରୁ ।।

ଯୁଗେ ଯୁଗେ ଜନ୍ମି ମହାବୀର ମାନେ

ଏହି ଧରଣୀର କୋଳେ 

ରଖି ଯାଇଛନ୍ତି କେତେ ଯଶ କିର୍ତ୍ତୀ 

ଶହୀଦ ନାୟକ ବଳେ ।

ଶହୀଦ ଅଟଇ ଚିର ସ୍ମରଣୀୟ 

ସ୍ଵର୍ଣ୍ଣ ଅକ୍ଷରରେ ଲେଖା

ତେଇଶି ମାର୍ଚ୍ଚ କୁ  ଭୁଲିହେବ ନାହିଁ 

କରୁଣ ତା ରୂପରେଖା ।।

ହେ ବୀର ତୁମର ମହତ ପଣିଆ 

ମହାନତାର ସେ ଦାନ 

ମନେ ପଡୁଅଛି ପଡୁଥିବ ସଦା 

ତୁମେ ହିଁ ଥିଲ ମହାନ୍ ।।

ଧ୍ରୁବ ଚରଣ ବେହେରା ।

ତା :୨୬।୦୩।୧୮

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational