STORYMIRROR

Dhruba Behera

Others

2  

Dhruba Behera

Others

କାଳିଆ

କାଳିଆ

1 min
14.1K


କାଳିଆ :୪୦

ସଂପର୍କର ଡୋରି ବାନ୍ଧି ଦେ କାଳିଆ

ନିତି ଭଜିବି ତୋ ଚକାନୟନ

ସେହି ନାମେ ଯେଉଁ ରସ ଭରିଅଛି

ପାନ କରୁଥିବି ମୁଁ ଦୁଖି ହୀନ ।।

କେତେ କନ୍ଦାଇବୁ ଆଉରେ ସାଆନ୍ତ

ସହିବାର ଶକ୍ତି ଆଉମୋ ନାହିଁ

ଜୀବନ ସାରା ତ ଖଟିବାକୁ ବଳ

ମଣିଷ ଜନମେ ଆସିବ କାହିଁ ।।

ମରଣଶୀଳ ଏ ଭଙ୍ଗା ଦୁନିଆଁରେ

ସବୁ ଲାଗେ ମିଛ ମାୟାର ଜାଲ

କାହିଁକି ହେ ପ୍ରଭୁ ମିଛ ପ୍ରଲୋଭନେ

କଳିକୁ ଦାଣ୍ଡରେ ଡାକି ଆଣିଲ ।।

ଛପନ ଭୋଗିରେ ନୀଳାଚଳ ହରି

ତୋ ପରି ସାଆନ୍ତ ଅଛିରେ କିଏ

ଏତିକି ମୀନତି ହେ କଳା ଗୋସାଇଁ

ତୋ ପାଦେ ଟିକିଏ ଶରଣ ଦିଏ ।।

ଶେଷ ଦରଶନ ଦେବ ହେ ମଣିମା

ଟିକି ଗୁହାରୀ ମୋ ରଖିବୁ ସାଇଁ

ଦେହ ଛାଡି ଆତ୍ମା ଯେବେ ଚାଲିଯିବ

ପରମବ୍ରହ୍ମ ନାମ ଥିବି ମୁଁ ଗାଇ ।।

ଧ୍ରୁବ ଚରଣ ବେହେରା ।

ତା :୦୧।୦୮।୧୮


विषय का मूल्यांकन करें
लॉग इन