ରଥଯାତ୍ରାର ଅଭିନନ୍ଦନ
ରଥଯାତ୍ରାର ଅଭିନନ୍ଦନ
1 min
13.7K
ଆହେ ଜଗନ୍ନାଥ ଅନାଥର ନାଥ
ଦୀନବନ୍ଧୁ ଦଇତାରୀ
ଯେଉଁଠି ଅଛନ୍ତି ବନ୍ଧୁ ପରିଜନ
ଶୁଣନ୍ତୁ ତାଙ୍କ ଗୁହାରି ।।
ତୁମେ ଅଟ ଦାତା ତୁମେ ହିଁ ବିଧାତା
ନାହିଁ ତୁମପରି କେହି
ଯେଉଁ ଆଡେ ଗଲେ ତୁମ ନାମ ସାର
ତୁମେ ପ୍ରଭୁ ଭାବଗ୍ରାହୀ ।।
ସକଳ ତୀର୍ଥ ମୋ ତୁମ ଚରଣରେ
ଗାଉଥିବି ତୁମ ନାମ
ପିଣ୍ଡେ ଥିବା ଯାଏ ଭୁଲି ନ ପାରିବି
ତୁମେ ହିଁ ପରମବ୍ରହ୍ମ ।।
ଆଜି ଭଳି ଏହି ପବିତ୍ର ଦିନରେ
ଗଡିବ ତୋ ନନ୍ଦିଘୋଷ
ଧନ୍ୟ ଜଗନ୍ନାଥ ତୋ ପୁଣ୍ୟ ସଂସ୍କୃତି
ଭାରତେ ତୋ ଜୟ ଘୋଷ ।।
ଅଭିନନ୍ଦନର ଟିକି ବାର୍ତ୍ତା ମୋର
ଭେଟି ଦେଉଅଛି ପ୍ରଭୁ
ସଖା ସହୋଦର ସମସ୍ତଙ୍କୁ ମୋର
ସୁନେତ୍ରରେ ଚାହିଁଥିବୁ ।।
ଚଲା ପଥେ ତାଙ୍କ ଫୁଟାଇବ ଫୁଲ
ହସ ଖୁସି ଭରିଦେଇ
ପବିତ୍ର ପର୍ବର ଶୁଭକାମନାକୁ
ଆନନ୍ଦରେ ବାଣ୍ଟିଦେଇ ।।
ଧ୍ରୁବ ଚରଣ ବେହେରା ।
ତା :୧୪।୦୭।୧୮
