STORYMIRROR

Manash Ranjan Pattanaik

Romance

3  

Manash Ranjan Pattanaik

Romance

ଶେଷ ଚିଠି

ଶେଷ ଚିଠି

1 min
216


କେତେ କେତେ ଚିଠି ଦେଇଥିଲୁ ତୁହି ରଖିନି ତାର ଠିକଣା,

ଶେଷଚିଠି ଯେବେ ଆସିଲା ଡାକରେ ଶୁଭିଲା ପ୍ରିୟା କାନ୍ଦଣା।


ଭଲପାଉବୋଲି ଲେଖିଥିଲୁ ଦିନେ ଏ ମାୟା ମିଛ ସଂସାରେ,

ଛନ୍ଦି ହେଲୁନାହିଁ ମୋ ଗଳାରେ କେବେ ରାତିଦିନ ତତେ ଝୁରେ।


ସେହି ଚିଠି ଖଣ୍ଡି ହାତେ ଧରି ମୁହିଁ ତୋର କଥା ଯେବେ ଭାବେ,

ସତେ ସାତସିନ୍ଧୁ ପାର ହୋଇଯାଇ ବସିଥାଏ ତାର ନାବେ।


ଚିଠି ଲେଖି ଲେଖି ଥକିଗଲୁକି ଲୋ ମିଳିଲା ନାହିଁ ଉତ୍ତର,

ପ୍ରେମ ନ କରିଣ ପ୍ରେମିକା ସାଜିଲୁ ବଡ ବିଚିତ୍ର ସଂସାର।


ତୋର ଚିଠି କାଢ଼ି ଭାବୁଥାଏ ମୁହିଁ ଅଛୁ ତୁହି ମୋର ପାଖେ,

ଝାପ୍‌ସା ଅକ୍ଷର ବାରି ହେଉନାହିଁ ଆଖି ସେହିଠାରେ ଲାଖେ।


ସୁନେଲି ସପନ ଅଧା ରହିଗଲା ଅଧା ରହିଗଲା ପ୍ରେମ,

ସଜବାଜ ହେବା ଏଣିକି ଆମ୍ଭେ ହୋ ଡାକିଲାଣି କାଳଯମ।


ଶେଷଚିଠି ତୋର ନେଇକି ସଙ୍ଗତେ ଯିବି ମଶାଣିର ତୀରେ,

ମୋ ଛାତି ଉପରେ ଥୁଆହେବ ଯାଇ ଦେଖୁଥିବୁ ତୁହି ଦୂରେ।


ନିଆଁ ଲାଗି ଯେବେ ପୋଡିବରେ ଦେହ ପୋଡିବ ତୋ ଶେଷ ଚିଠି,

ଜନ୍ମଜନ୍ମାନ୍ତରେ ଲିଭିଯିବ ନାମ ସୂରୁଜ ଆସୁଛି ଉଠି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance