STORYMIRROR

Manash Ranjan Pattanaik

Romance

2  

Manash Ranjan Pattanaik

Romance

ଖବର

ଖବର

1 min
379

ତା ପାଉଁଜି ଯେବେ ରୁଣୁଝୁଣୁ ହୁଏ ରାତି ଖୋଜେ ଅଭିସାର 

ଚଗଲା ମନଟି ଅଥୟ ହୁଅଇ କରିଦେଇଛି ସେ ପର


କାହିଁକି ଆସିଲୁ ମୋ ଜୀବନ ପଥେ ଦେଇଗଲୁ ବଡ ଦୁ଼ଃଖ 

ଅତୀତର ସୁଖ ତୁ ପାଶୋରିଦେଲୁ ଚାହିଁଲୁନି ମୋର ମୁଖ


ଶଙ୍କା ଓ ଆଶଙ୍କା ଭସ୍ମିଭୂତ ହେଲା ହୋଇଗଲି ମୁହିଁ ଦୂର

ଆଲୋ ମୋ ସଜନୀ ତୁ ଥିଲୁ ରଜନୀ ଆଖିରେ ଥିଲା ସପନ


ସେ ସପନ ସବୁ ଚୁନା ଚୁନା ହେଲା ଶତ୍ରୁ ପାଲଟିଲା ମନ

ମୋ ହୃଦୟ ରାଣୀ ମୁଁ ଡାକେ ବାୟାଣୀ କିଏ ଦେବ ତା ଖବର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance