STORYMIRROR

Manash Ranjan Pattanaik

Others

4  

Manash Ranjan Pattanaik

Others

ଶ୍ରୀ ଜଗନ୍ନାଥ ବିଂଶତ୍ତୋରୀ ଜଣାଣ

ଶ୍ରୀ ଜଗନ୍ନାଥ ବିଂଶତ୍ତୋରୀ ଜଣାଣ

1 min
386


ଜୟ ଜୟ ଜୟ ଜୟ ଜଗନ୍ନାଥ ଜୟ ନୀଳାଦ୍ରି ବିହାରୀ।

ନାଳାଚଳେ ତୁମେ ବିଜେ ହୋଇଅଛ ଭାଇଭଉଣୀଙ୍କୁ ଧରି।।


ପତିତ ପାବନ ଉଡାଉଛ ବାନା ପତିତ ଉଦ୍ଧାର ପାଇଁ।

ଆହେ ପରଂବ୍ରହ୍ମ ଘେନ ମୋ ଜୁହାର ଦୟାହେଉ ଭାବଗ୍ରାହୀ।।


ବଳରାମ ଦାସ ଡାକିଥିଲେ ଦିନେ ଉଭାହେଲ ବାଲିରଥେ।

ଦାସିଆ ବାଉରୀ ଯାଚିଲା ନଡିଆ ତୋଳିନେଲ ନିଜ ହସ୍ତେ।।


ବିପଦ କାଳରେ ଡାକିଲେ ତୁମକୁ ସାହା ହେବ ହେ ଗୋସାଇଁ।

 ନଟନଟବର ଯଦୁପୁରନାଥ ରାହା ମୋର କେହି ନାହିଁ।।


ପ୍ରଭୁ କୃପାନିଧି କରୁଣା ବାରିଧୀ ଦୟାମୟ ତୁମେ ହରି।

ଅହଲ୍ୟାକୁ ତୁମେ ଉଦ୍ଧାରିଲ ପ୍ରଭୁ ମୋ ଦୁଽଖ ଗଲ ପାଶୋରି।।


ଭାବର ଆବେଗେ ଡାକିଥିଲା କୃଷ୍ଣା ସେହି କୁରୁସଭା ସ୍ଥଳେ।

କୋଟିବତ୍ସ୍ରଦେଇ ଲଜ୍ଜା ନିବାରଣ କଲପ୍ରଭୁ ତତକାଳେ।।


ଖାଇବାକୁ କଣ ଦେବ ଦେବ ବୋଲି ଶବରୀ ହୋଇଲା ବ୍ୟସ୍ତ।

ଅଇଁଠା କୋଳିକୁ ଯାଚିଲା ହେ ପ୍ରଭୁ ଖାଇ ହୋଇଥିଲ ପ୍ରୀତ।।


ସାତଶ ଯୋଜନୁ ଡାକଦେଲା ଭକ୍ତ ରଖିଥିଲ ତୁମେ ରଥ।

ଧନ୍ୟ ସାଲବେଗ ଧନ୍ୟ ତାଙ୍କ ଭକ୍ତି ବଢ଼ାଇଥିଲ ମହତ।।


ନୀଳାଦ୍ରି ପର୍ବତେ ବିଜେ ହୋଇଅଛ ନାମ ଅଟେ ଶଂଖକ୍ଷେତ୍ର।

ଗୁଣ୍ଡିଚା ରାଣୀର ଗୁହାରୀ ଶୁଣିଲ ଆହାକି ସତେ ପବିତ୍ର।।


ମୋ ଦୁଽଖକୁ କାହିଁ ଦୟା ନ ହୋଇଲା ତୁମନାମ ଦୟାମୟ।

ଏ ଜଞ୍ଜାଳେ ଧନ୍ଦିହେଉଅଛି ଜୀବନଟା ବିଷମୟ।।


ଜୀବନ ନଉକା ବାହିପାରୁନାହିଁ କରିଦିଅ ମୋତେ ଅନ୍ଧ।

ସୁଖସଂପଦକୁ ନିତି ଖୋଜିହୁଏ ଉଦ୍ଦେଶ୍ୟ ଅଟଇ ମନ୍ଦ।।


ଚର୍ମଚକ୍ଷୁ ମୋର ନେଇଯାଅ ପ୍ରଭୁ ଦିବ୍ୟଦୃଷ୍ଟି ଦାନକର।

ଅନ୍ତରେ ତୁମରି ଦରଶନ କରି ଆତ୍ମାପକ୍ଷି ଯାଉ ମୋର।।



Rate this content
Log in