STORYMIRROR

Manash Ranjan Pattanaik

Tragedy

4  

Manash Ranjan Pattanaik

Tragedy

ବାଜିବ ଅହ୍ୟ ଡେଙ୍ଗୁରା

ବାଜିବ ଅହ୍ୟ ଡେଙ୍ଗୁରା

1 min
530


ଡେଙ୍ଗୁରା ବାଲାକୁ ଡାକିଦିଅ ଯାଇ ବାଜିବ ଅହ୍ୟ ଡେଙ୍ଗୁରା।

ବାଉଁଶ କୋକେଇ ବାନ୍ଧ ବେଗେ ଭାଇ ହୋଇଗଲି ସର୍ବହରା


ବାଜିବ ଅହ୍ୟ ଡେଙ୍ଗୁରା 

ସଂସାର ଛାଡିଲା ପରା


ଦିନେ ଆସିଥିଲା କନିଆଁ ସାଜିଲା ଝଟକିଲା ମୋର ଘର।

ଠକିଦେଇ ସିଏ ଛାଡି ଚାଲିଗଲା କରିଦେଲା ସାତପର

ମୋ ସପନ ଭାଙ୍ଗି ଚୁନା ହୋଇଗଲା ମଉଳି ଗଲା ଗଜରା।


ବାଜିବ ଅହ୍ୟ ଡେଙ୍ଗୁରା 

ମଶାଣି ଡାକଇ ପରା


ତୁମେ ଛାଡିଗଲ କେଉଁଠି ରହିବ ବଞ୍ଚିବ ମୁଁ କାହା ବିନା।

ଫୁଲର ସବାରି ସଜାଡୁ ଅଛନ୍ତି ଜୁଈରେ ଜଳିବ ନିଆଁ

ହେ ମାଆ ମାଉସୀ ଆସ ସର୍ବେ ମିଳି ସଜ ହୁଏ ଗଳାହାରା।


ଜଳିବ ଅହ୍ୟ ଡେଙ୍ଗୁରା 

ସଂସାର ଛାଡିଲା ପରା


ଅଧା ବାଟ ଚାଲି ହାତ ଛାଡିଦେଲା କାହିଁକି କଲା ସଂସାର।

ମନର ମାନସୀ ପ୍ରେୟସୀ ରୂପସୀ କିଏ ସାହା ଆଉ ମୋର

ସାଥୀହରା ସାଜି ଜୀବନ ଜୀଇଁବି ଆହା ମୋ ଦୁଃଖ ପସରା।


ବାଜିବ ଅହ୍ୟ ଡେଙ୍ଗୁରା 

ମଶାଣି ଡାକଇ ପରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy