Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ଶେଷ ବିନ୍ଧାଣୀ

ଶେଷ ବିନ୍ଧାଣୀ

1 min
7



ମନ ଏଠି ଆଶାବଲ୍ଲରୀ

ତନୁ ଏଠି ଘିଅକୁଆଁରୀ

ପଥେ ପଥେ ବୈରାଗୀଶ୍ଵରୀ

 କାକ ସ୍ନାନ ଗଧ ଭୋଜନ ସାରି

ମୋବାଇଲ୍‌ ଟିପୁ ଟିପୁ ସ୍ଵପ୍ନ ଦେଖୁଛି

ହାତ ପାଆନ୍ତାରେ ମିଳନ୍ତା କି ଅଳକାପୁରୀ ।


ଜୀବନ ଯାପନ ଏଠି ଆକାଶ କଇଁଆ

ଅର୍ଥ ଉପାର୍ଜନ ଏଠି ବାଦଲ ମୁହାଁ

ସଭିଏଁ କହନ୍ତି ସହଜ ସରଳ

ସାବଲୀଳ ଶୋଭାଯାତ୍ରା 

ପଥେ ପଥେ ପିଉଛି ମଣିଷ ତରଳ ଗରଳ

ପଦେ ପଦେ କାହିଁକି ହଳାହଳ ଯାତ୍ରା ମାତ୍ରା ?


ଆଶା ଏଠି ବୈତରଣୀ ଉଜାଣୀ

ଇଚ୍ଛା ଏଠି କାଳ୍ପନିକ କାହାଣୀ

କେବେ ଠେଲିଦିଏ ଗଡାଣି ଉଠାଣି

ପଥେ ପଥେ ଅଳ୍ପ କେତେ

ଅଳ୍ପରେ ସନ୍ତୁଷ୍ଟି ଆହୁଲା ଧାରିଣୀ

ଆତ୍ମତୃପ୍ତି ମିଳିବ ଶେଷେ ବିନ୍ଧାଣୀ ।


Rate this content
Log in

Similar oriya poem from Inspirational