STORYMIRROR

Dr Rashmita Panigrahi

Abstract

3  

Dr Rashmita Panigrahi

Abstract

ଶେଫାଳି

ଶେଫାଳି

1 min
11.5K

ଶେଫାଳି      

ମନେ ମୋର ଅସୁମାରୀ ସ୍ବପ୍ନ ର ତରଙ୍ଗ 

ଦେହଟି ଯେ ଚିକ୍କଣ 

ଲହୁଣୀଠୁଁ ନରମ 

ଚତୁର୍ଦ୍ଦିଗ କରି ମହକିତ 

ମୁଁ ପ୍ରତୀକ୍ଷାରତ l 

   ସୌଭାଗ୍ୟର ଆଗମନେ 

ଉଲ୍ଲସିତ ମନପ୍ରାଣେ 

ନିଜକୁ ଅଜାଡି ଦେବାକୁ 

ଏକାକାର ହୋଇଯିବାକୁ 

ଧୈର୍ଯ୍ୟଚ୍ୟୁତି ହେବା ଆଗରୁ

ସଗର୍ବେ ରହେ ମୁଁ ପ୍ରସ୍ତୁତ lବିଧିର କି ବିଚିତ୍ର ବିଡମ୍ବନା 

ସୂର୍ଯ୍ୟଉଦୟ ଘେନିଆସେ 

ମୋ ପାଇଁ ଦୁର୍ଭାଗ୍ୟ 

ସ୍ବପ୍ନ ସବୁ ଧୂଳିସାତ ହୁଏ, 

ମୋ ଅସ୍ତିତ୍ୱକୁ ଅସ୍ବୀକାର କରି 

ମୋତେ ମାଟି ରେ ଫିଙ୍ଗି ଦିଏ l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr Rashmita Panigrahi

Similar oriya poem from Abstract