STORYMIRROR

Santosh Kumar Ojha

Inspirational Others

4  

Santosh Kumar Ojha

Inspirational Others

ଶ୍ବେତବର୍ଣ୍ଣା ଶାନ୍ତି

ଶ୍ବେତବର୍ଣ୍ଣା ଶାନ୍ତି

1 min
384


ଶ୍ବେତବର୍ଣ୍ଣା ଶାନ୍ତି ଆଣେ

      ସ୍ନେହ, ଶ୍ରଦ୍ଧା, ହସ ,

ଶ୍ବେତବର୍ଣ୍ଣା ମଲ୍ଲି ଫୁଲେ

      ମନଲୋଭା ବାସ ।

ସାତ ରଂଗ ମିଶି ହୁଏ

      ଶ୍ବେତ ରଂଗ ଜାଣ ,

ସବୁରି ପସନ୍ଦ ପୁଣି

       ନିଷ୍ପାପ , ନିର୍ବାଣ ।

ଶାନ୍ତିର କପୋତ ଶ୍ବେତ

        ଶାନ୍ତିର ପୂରବୀ ,

ଶ୍ବେତବର୍ଣ୍ଣା ସରସ୍ବତୀ

        ସଙ୍ଗୀତର ଦେବୀ ।

ଶ୍ବେତ ବର୍ଣ୍ଣ ବୌଦ୍ଧ ସ୍ତୁପ

         ଶାନ୍ତିର ପ୍ରତୀକ ,

ହିଂସା ଈର୍ଷା ଭୁଲି ଗଲେ

          ସବୁ ଆତ୍ମା ଏକ ।

ନବରାତ୍ରେ ନବ ରଙ୍ଗେ

           ଦୁର୍ଗା ଆବିର୍ଭୂତା ,

ଶ୍ବେତ ବର୍ଣ୍ଣେ କ୍ରୋଧ ନାଶି

          ଦ୍ୟିନ୍ତି ଶାନ୍ତି ବାର୍ତ୍ତା ।

            



Rate this content
Log in

Similar oriya poem from Inspirational