STORYMIRROR

Rajesh Kumar Jain

Comedy

3  

Rajesh Kumar Jain

Comedy

ସେହି ଦିନ ନାହିଁ ଆଉ ଦୂର

ସେହି ଦିନ ନାହିଁ ଆଉ ଦୂର

2 mins
13.8K


ସେହି ଦିନ ନାହିଁ ଆଉ ଦୂର

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଘରେ ଘରେ ଆଜି ଶୁଭୁଛି ସ୍ୱର

“ମଦ ହିଁ ଜୀବନ”ର ଚାଲିଛି ସ୍ୱାକ୍ଷର

ମିଳିବ ଏମାନଙ୍କୁ ପୁରସ୍କାର

ଏହାଠାରୁ ନାହିଁ କିଛି ଖୁସିର ଖବର

ସେହି ଦିନ ନାହିଁ ଆଉ ଦୂର ।

 

ଜନତାଙ୍କ ଦାବି ମାନିଲେ ସରକାର

ବିଶିଷ୍ଟ ବିଭାଗ ହୋଇଛି ଡିକ୍ଲାର

ଘୋଡ଼ାଙ୍କୁ ମିଳିବ ମଦମନ୍ତ୍ରୀର ଉପହାର

ୟା’ରି ନାଟରେ ଚାଲିବ ଛାମୁ ଦରବାର

ସେହି ଦିନ ନାହିଁ ଆଉ ଦୂର ।

 

ଖବରକାଗଜରେ ବାହାରିଛି ଇସ୍ତାହାର

ସବୁ କ୍ଷେତ୍ରରେ ଏମାନଙ୍କୁ ମିଳିବ ଅଗ୍ରାଧିକାର

ଆନନ୍ଦେ ବୋଲ ଏକବାର

ଶ୍ରେଷ୍ଠ ପାନୀୟ ଏ ଯୁଗର

ସେହି ଦିନ ନାହିଁ ଆଉ ଦୂର ।

 

ମୂଳଦୁଆରେ ମଜଭୁତ ଚେର

ବଦଳିଯାଇଛି ବହିର ଚାପ୍ଟର

ବାପୁଙ୍କ ସ୍ଥାନରେ ଏମାନଙ୍କ ମ୍ୟାଟର

ଭବିଷ୍ୟତ ଆମର ଧୋବ ଫରଫର

ସେହି ଦିନ ନାହିଁ ଆଉ ଦୂର ।

 

କଲେଜ ହେଉ ବା ଶିଶୁମନ୍ଦିର

ଈଶ୍ୱର ଦର୍ଶନ ହେଉ ବା ବ୍ରତଘର

ହେଉ ଅବା ସମ୍ବିଧାନର ପବିତ୍ର ଦ୍ୱାର

ସବୁଥିରେ ଏହା ଦରକାର

ସେହି ଦିନ ନାହିଁ ଆଉ ଦୂର ।

 

ମଦୁଆ ରୋଗୀକୁ ମଦୁଆ ଡାକ୍ତର

ସାଲାଇନ୍ ନଳିରେ ଚାଲିବ ଲିକର

ଭୋଗିବେନି ଆଉ କେହି କଷ୍ଟ ଅପାର

ଏକାଥରେ ଶୁଭିବ “ରାମ ନାମ ସତ୍ୟ ହୈ” ସ୍ୱର

ସେହି ଦିନ ନାହିଁ ଆଉ ଦୂର ।

 

ବଢ଼େଇବ ଦେଶର ଆର୍ଥିକ ବିକାଶର ହାର

ଶ୍ରେଷ୍ଠ ମଦ୍ୟପକୁ ବ୍ରାଣ୍ଡ ଆମ୍ବାସାଡାର

ମହାନ ମଦ ସଂସ୍କୃତିର ଟାଣିବ ଗାର

ବିଶ୍ୱ ଦରବାରରେ ହେବ ଜୟଜୟକାର

ସେହି ଦିନ ନାହିଁ ଆଉ ଦୂର ।

 

ନଥିବ କାହା ଡର ଅବା ଭୟରେ

ଇଜ୍ଜତର ନିଲାମ ହେବ ବିଚ୍ ବଜାରେ

ପ୍ରତି ଛକରେ ଖୋଲିବ ଭୋଗବିଳାସର ମନ୍ଦିର

ପାଷାଣ ମୂର୍ତ୍ତି ସାଜିବ ନାରୀର ଶରୀର

ସେହି ଦିନ ନାହିଁ ଆଉ ଦୂର ।

 

ଇତିହାସରେ ନୂଆ ଭାଷାର ସ୍ୱାକ୍ଷର

ମଦୁଆଙ୍କୁ ମିଳିବ ମହାପୁରୁଷର ସମ୍ମାନ ଆଦର

ଏମାନଙ୍କ ଗାଥା ପଢ଼ିବେ ଭାବୀ ବଂଶଧର

କେତେ ଆଧୁନିକ ଆମ ସଭ୍ୟତା ବେଭାର

ସେହି ଦିନ ନାହିଁ ଆଉ ଦୂର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy