STORYMIRROR

Susil Pani

Abstract

2  

Susil Pani

Abstract

ସେବାରେ ଥିବି ଶୋଭାରେ ନୁହେଁ

ସେବାରେ ଥିବି ଶୋଭାରେ ନୁହେଁ

1 min
14.2K


ନୁହେଁ ମୁଁ ଶେଫାଳି ପ୍ରଭୁ

ରାତ୍ରେ ବାସି ସକାଳୁ ଝଡିବି,
ନୁହେଁ ମୁଁ ଗୋଲାପ

ସାଇବାବାଙ୍କର ହସ୍ତରେ ଶୋଭିବି,
ନୁହେଁ ମୁଁ ଚମ୍ପା କି ତରାଟ

ଶିବ ମନ୍ଦିରେ ଲିଙ୍ଗରେ ଶୋଭିବି,
ନୁହେଁ ମୁଁ ମନ୍ଦାର ଫୁଲ

ମା'ଙ୍କର ମାଳା ହୋଇ ବେକରେ ଝୁଲିବି,

ନୁହେଁ ମୁଁ କଇଁ ଫୁଲ

ପୁଷ୍କରିଣୀର ଶୋଭାବର୍ଦ୍ଧନ କରିବି,
ନୁହେଁ ମୁଁ ରଜନୀଗନ୍ଧା

ମାଳ ହୋଇ ବେଣୀରେ ଝୁଲିବି,
ନୁହେଁ ମୁଁ କିଆଫୁଲ

ବର୍ଷକରେ ଥରେ ଜାଗରେ ଶୋଭିବି,
ନୁହେଁ ମୁଁ ଅରଖଫୁଲ

ଗଣେଷ ଭଗବାନଙ୍କର ପୂଜାରେ ଲାଗିବି,


ଏତିକି ମାଗୁଣି ପ୍ରଭୁ ଶ୍ରୀଚରଣ ତଳେ

ପଦ୍ମ ହୋଇ ଲୋଟୁଥାଏ ଶ୍ରୀଅଙ୍ଗ ପୟରେ

ତୁମରି ସେବାରେ ପଭୁ ନିତି ଲାଗୁଥିବି
ତୁମର ନିକଟେ ଥାଇ

ଜୀବନରେ ଧନ୍ୟ ଯେ ଲଭିବି ।

 

ସୁସିଲ୍ ପାଣି, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract