::::::#ସେ_ମାଆ ମୋର::::::
::::::#ସେ_ମାଆ ମୋର::::::
ଅଫୁରନ୍ତ ଆନନ୍ଦ ତାହାର
ହସୁଥାଏ ମନେମନେ
ଯେବେ ଶୁଣେ
ମାଆ ହେବ ସେ
ନାରୀ ସେ ଯେ
ଭାବେ ନାରୀ ସମ୍ପୂର୍ଣ୍ଣ
କେବଳ ମାଆ ହେଲାପରେ,
କେତେ ମାନସିକ
କେତେ ବ୍ରତ ଉପବାସ
ତାର ଛୁଆ ତାର ରକ୍ତ
ସୁସ୍ଥ ଓ ସୁନ୍ଦର ହେଉ
ପୁଅ ହେଉ ବା ଝିଅ
ଆଶିଷ ମାଗେ ଈଶ୍ବରଙ୍କୁ
ମାଆ ହେବା ପୂର୍ବ ଅନୁଭବରେ,
ଦଶମାସ ଗର୍ଭରେ ଧରି
କରେ ଅନବରତ ଘରକାମ
ଅଟକି ଯାଏନି ନିଜ କଷ୍ଟ ଦେଖି
ଉତ୍ସାହ ଉଦ୍ଦୀପନା ରେ ସମୟ
ସବୁ ଦୁଃଖ ଯାଇ ଭୁଲି
ଆତ୍ମହରା ସେ ପିଲା ପାଇଁ
କେବେ ସେ ଆସିବ କୋଳକୁ
ଛୁଆ ଜନ୍ମନିଏ କୁଆଁକୁଆଁ ଡ଼ାକରେ,
ଆହା କି ମଧୁର ଶବ୍ଦ
ସବୁ ଯନ୍ତ୍ରଣା ହୁଏ ଉପଶମ
ସ୍ୱପ୍ନ କେତେ ନୁଆ ତାର ଆଖିରେ
କୁନିକୁନି ଆଖି ଓଠ ଶିଶୁର
ଓଃ କି ଚରମ ସୁଖ
ମାଆ ହେଲା ସେ ଆଜି
ସରଗରମ ଜିଣିଲା
ଭିଜାଇବା ଶିଶୁକୁ ସ୍ନେହ
ଆଉ ମମତା ଶୀତଳ ଜଳରେ।