ସେ ଗୁରୁ
ସେ ଗୁରୁ
ଅନ୍ଧାର ପଥରୁ ଆଲୋକ ଦର୍ଶାଏ
ସେ ପରା ଗୁରୁ ବୋଲାଏ ,
ନିଜେ ଜଳି ଜଳି ଦୀପଟିଏ ପରି
ଅନେକ ଦୀପ ଜଳାଏ ।
ଶିକ୍ଷାଦାନ ପାଇଁ କରେ ସମର୍ପଣ
ସମ୍ପୂର୍ଣ୍ଣ ଜୀବନ ତାର ,
ଶିକ୍ଷାର୍ଥୀ ଉନ୍ନତି ଚାହେଁ ନିତି ନିତି
ହସେ , ଖୁସିରେ ତାହାର ।
ପ୍ରତିବଦଳରେ ଚାହେଁ ନାହିଁ କିଛି
ପର ଉପକାରେ ମନ ,
ଦୟା କ୍ଷମାର ସେ ଅଟଇ ପ୍ରତୀକ
ଧନ୍ୟ ତାଙ୍କ ସ୍ବାଭିମାନ ।
ତାଙ୍କରି ଆଶିଷ ଲଭି ଏ ସଂସାରେ
ଉନ୍ନତି ଲଭନ୍ତି ଛାତ୍ର ,
ଶତ୍ରୁ ତାଙ୍କର କେ ନାହିଁ ଏ ସଂସାରେ
ସଭିଏଁ ତାଙ୍କରି ମିତ୍ର ।
ଚରଣ ତାଙ୍କର ମୁକତିର ପଥ
ମଥା ପିଟେ ନିତି ମୁହିଁ,
ତାଙ୍କ ତ୍ଯାଗ ପାଇଁ ସଂସାର ପଥରେ
ମଥା ଯାଏ ମୋର ନଇଁ ।
ଗୁରୁ ଯେ ଅଟନ୍ତି ଈଶ୍ୱର ପ୍ରତୀକ
ତାଙ୍କ ସମ ନାହିଁ କେହି ,
ତୁମରି ପୟର ପୂଜେ ନିରନ୍ତର
ଜୀବନ ସମର୍ପି ଦେଇ ।