STORYMIRROR

Manorama Mohanty

Inspirational

2  

Manorama Mohanty

Inspirational

ସ୍ଵଛ ବିଦ୍ୟାଳୟ

ସ୍ଵଛ ବିଦ୍ୟାଳୟ

1 min
450

ଆସ ସାଥୀଗଣ କରବା ଶପଥ 

  ସ୍ୱଚ୍ଛ ବିଦ୍ୟାଳୟ ଗଢିବା ପାଇଁ 

ଆମ ବିଦ୍ୟାଳୟ ଚତୁପାର୍ଶ୍ୱ ସାରା 

   ଦେବାନି ମଇଳା ଜମା ପକାଇ

ମିଛ କହିବାନି ଗଛ କାଟିବାନି 

    କହିବା ସତ ରେ ପୋତିବା ଗଛ 

ସତ ଉଡ଼ାଇବ ବିଜୟ କେତନ 

    ନିଜ ବିଦ୍ୟାଳୟ କରିବା ସ୍ୱଚ୍ଛ

ଆମ ବିଦ୍ୟାଳୟ ଆମରି ଜୀବନ 

    ପରିବେଶ ତାର ଅମୂଲ୍ୟ ଧନ 

ନିରିମଳ ସଦା ରଖିବା ତାହାକୁ 

     କୁଟକପଟ କୁ ନ ଦେଇ ଥାନ

ଭାଙ୍ଗିବାନି ଆମେ କାହାରି ବିଶ୍ୱାସ 

    ବିଶ୍ୱାସରେ କା'ର ଦେବାନିବିଷ 

ଦୁଃଖୀର ଦୁଃଖରେ ସମଦୁଃଖୀହେବା 

     କରିବାନି ଥଟ୍ଟା କି ପରିହାସ

ଜୀବନରେ ଆମେଯେତେବଡ଼ହେଲେ 

     ମନେ ଆଣିବାନି ସେ ଅହଂକାର 

ଶାନ୍ତ,ଶିଷ୍ଟ,ଧୀର, ନମ୍ର ଆଚରଣ 

    ଥିଲେ ସେମଣିଷ ମଣିଷେ ସାର 

ଏ କଥା ଶିଖାଏ ମୋର ବିଦ୍ୟାଳୟ 

    ପ୍ରିୟ ଗୁରୁ ମୋର ଗୁରୁମା ଗଣ 

ସ୍ୱଚ୍ଛତା ପାଳନ ପ୍ଲାଷ୍ଟିକ ବର୍ଜନ 

     କରିବୁରେ ଆମେକରୁଛୁପଣ 

ସ୍ୱଚ୍ଛ ବିଦ୍ୟାଳୟ ଗଠନ ଲକ୍ଷ୍ୟ ରେ 

     ହାତକୁ ହାତରେ ମିଶାଅ ଭାଇ 

ଆମେ ତ କରିଲେସଭିଏଁ କରିବେ 

     କହିଦେବା ଆସ ଗାଁ କୁ ଯାଇ 

ଭାଇ ଭଉଣୀଏ ମାଆ ମୋ ମାଉସୀ 

     ଶୁଣ ଆମ କଥା ଥରୁଟେପାଇଁ 

ସ୍ୱଚ୍ଛ କର ନିଜ ଶରୀର ଓ ଘର 

     ରୋଗ ମହାମାରୀ ଯିବ ଦୁରେଇ 

ଚପଲ ପିନ୍ଧିବା ମଶାରୀ ଟାଙ୍ଗୀବା 

    ସାବୁନ ରେ ହାତଧୋଇବାଶିଖ 

ତେବେ ଯାଇ ଆମେ ଜୀବନଜିଇଁବା 

    ସହଜ ହୋଇବ ନ ଥିବ ଦୁଃଖ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational