Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ସବୁଠୁ ଭଲ ମୋ ମା' ଓଠ ଭାଷା

ସବୁଠୁ ଭଲ ମୋ ମା' ଓଠ ଭାଷା

1 min
2



ସବୁଠୁ ଭଲ ମୋ ମାଆ ଓଠ ଭାଷା

ଲାଗଇ ମଧୁଠୁ ମିଠା ଯେମିତି

ବୋଲଇ ତାହାକୁ ମୋର ମାତୃଭାଷା

ଓଡ଼ିଆ ନାମରେ ଜଗତେ ଖ୍ୟାତି ।


ଅଶେଷ ଭାଷାର ସମ୍ମିଶ୍ରଣରେ

କଳେବର ପରା ବୃଦ୍ଧି ତାହାରି

ସଭିଏଁ ଏକଥା ଜାଣିଛୁ ମାତର

ମୂଳ ଭାଷା ତା'ର ଦେବନାଗରୀ ।


ଦିନେ କୁଚକ୍ରୀଙ୍କ ଚକ୍ରବ୍ୟୁହରେ

ଫସି ବିଲୀନର ସମ୍ଭାବନା

ଆଣଲେ ଉଦ୍ଧାରି ଯେଉଁ ମହାରଥୀ

ସେମାନଙ୍କ ପଦ କରେ ବନ୍ଦନା ।


କରଇ ମୁଖରେ ଯାହା ଉଚ୍ଚାରଣ 

ଲିଖନରେ ଅବିକଳ ପ୍ରକାଶ

ଏମିତି ଭାଷା ତ ଜଗତେ ବିରଳ

ବୁଣଇ ଓଡ଼ିଆ ପ୍ରାଣେ ହରଷ ।


ଏଗାରଟି ସ୍ବର ଛତିଶ ବ୍ୟଞ୍ଜନ

ପାଞ୍ଚ ଅତିରିକ୍ତ ବର୍ଣ୍ଣକୁ ଧରି

ହୋଇଛି ସମୃଦ୍ଧ ତା'ର ଭାଷାକୋଷ

ଜ୍ଞାନ ଗାରିମାକୁ ବୁକୁରେ ଭରି ।


ଯେବେ ଚୁମି ଦେଲା ମୋହର ଓଠକୁ

ମୋ ମାଆ ମୁଖରୁ ତା' ପରିଭାଷା

ଗୁଲୁଗୁଲୁ ଓଠେ ସତେ କି ମଧୁର

ଦେଖାଇ ଚାଲିଲା ଆଗକୁ ଦିଶା ।


ମାଆ ବନ୍ଦନୀୟା ଭାଷା ବନ୍ଦନୀୟା

ଦୁଇ ଜନନୀଙ୍କୁ କୋଟି ପ୍ରଣତି

ଆଶିଷର ହାତ ଥାଉ ମୋ ମଥାରେ

ରଚିବି ତା' ନାମେ ଅଖଣ୍ଡ କୀର୍ତ୍ତି ।


ଆନ୍ତର୍ଜାତିକ ମାତୃଭାଷା ଦିବସେ

ହୃଦୟ ଭିତରୁ ନିଏ ଶପଥ

ତାହାର ମହିମା ଆମର ଗାରିମା

ଏହି ମତିରେ ମୁଁ ଚାଲିବି ପଥ ।



Rate this content
Log in

Similar oriya poem from Inspirational