STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ସବୁତ ଗଲାଣି ଭୁଷୁଡି

ସବୁତ ଗଲାଣି ଭୁଷୁଡି

1 min
84


  ସବୁତ ଗଲାଣି ଭୁଷୁଡି

  "'""''"""""""""""""'"""'''

  ଦିଲ୍ଲୀ ହେଉ ଅବା ହେଉ ସିଏ ପଲ୍ଲୀ

  ଅବସ୍ଥା ଗଲାଣି ବିଗିଡି

  ପ୍ରଗତି ରଥର ଅଖ ଚକ ଢିଲା

  ହୁଗୁଳି ଗଲାଣି ଦଉଡି


  ଥିଲାବାଲାଙ୍କର ଅଣ୍ଟା ଖାଲି ଏବେ

  ମଝି ମଝିଆ ତ ମରନ୍ତି       

  ମୁକୁଳିବା ପାଇଁ ବାଟ ନାହିଁ କାହିଁ

  ଗଳାବାଟକୁବି ଡରନ୍ତି


  କଳ କାରଖାନା ଚାଲୁନାହିଁ କିଛି

   ଚାଲୁନାହିଁ ଗାଡି ମଟର

  ବେପାର ବଣିଜ ତାଲା ବନ୍ଦ ସବୁ

   ଖୋଲୁନାହିଁ ହାଟ ବଜାର


   ଭଡାଟିଆଙ୍କର ନିଦ ହଜିଯାଏ

   ଘର ମାଲିକଙ୍କ ଯୁଲମ

   ଖାଇବାକୁ ନାହିଁ, ଭଡା ଦେବେକାହୁଁ

   କହିବାକୁ ଲାଗେ ସରମ


  ପ୍ରବାସୀ ଶ୍ରମିକ ଫେରିଆସି ଏବେ

  ଗାଁ ରେ ତ କାମ ଖୋଜନ୍ତି

  ଏତେ କାମ କାହୁଁ ଗାଁ ରେ ଆସିବ

  ହାତ ବନ୍ଧି ସବୁ ବସନ୍ତି 


  କବି କଳାକାର ସବୁତ ବେକାର

   ସ°ସାର ଗଲାଣି ଉଜୁଡି

   କର୍ପୂରକୁ କିଏ ପଚାରୁଛି ଏବେ

   କନା ତ ଖେଳୁଛି କବାଡି


   କରୋଣା କୋପରେ ଅଭାବର ଛାଟ

   ଅର୍ଥନୀତି ଯାଏ ଭୁଷୁଡି

   ଅସଜଡା ସବୁ କେଜାଣି କିଏସେ

   ପାରିବରେ ୟାକୁ ସଜାଡି !  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy