ସବୁଜ ବାତ୍ସଲ୍ଯ
ସବୁଜ ବାତ୍ସଲ୍ଯ
ମନ ତ ସବୁଜ
ବନ ତ ସବୁଜ
ସବୁଜ ସବୁଜ ଧରା ,
ମନର ସବୁଜେ
ମମତା ବିରାଜେ
ମାଆ ଆସୁଛନ୍ତି ପରା ।
ବରଷା ଯାଇଛି
ପ୍ରକୃତି ହସୁଛି
ମହାନନ୍ଦେ ଶରତରେ ,
ନାନା ଜାତି ଫୁଲେ
ଗୁନ୍ଥି ଯତନରେ
ମାଆକୁ ଡାକୁଛି ପୁରେ ।
ମାଆ ଆସେ ଝୁଲି
ଫୁଲେ ଫୁଲି ଫୁଲି
ବରଷାକୁ ପଛ କରି ,
ନର୍ମଳ ଶୋଭାରେ
ମାଆଙ୍କ ଆଭାରେ
ପ୍ରକୃତି ହସେ ଭାରି ।
ମାଆର ମମତା
ଅସରା କବିତା
ସନ୍ତାନ ଲାଗି ଝରେ ,
ପ୍ରକୃତି ମାତାବି
ବାତ୍ସଲ୍ଯ ରେ ଭାବି
ଚିର ସବୁଜରେ ଭରେ ।
ସବୁଜ ବସ୍ତ୍ରରେ
ବାତ୍ସଲ୍ଯ ପ୍ରେମରେ
ଆସୁଛନ୍ତି ଦୁର୍ଗା ମାତ,
ମାଆ ଓ ମମତା
ପ୍ରକୃତିରେ ଯୁକ୍ତା
ନାଚୁଛି ମର୍ତ୍ତ୍ୟେ ଶରତ ।