Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

4  

Sanjya Tripathy

Classics

ସ୍ବପ୍ନସ୍ବପ୍ନର ସହର ଏଇ ସ୍ବପ୍ନର

ସ୍ବପ୍ନସ୍ବପ୍ନର ସହର ଏଇ ସ୍ବପ୍ନର

1 min
361



ସ୍ବପ୍ନର ସହର ଏଇ ସ୍ବପ୍ନର ସହର

ସର୍ବତ୍ର ସ୍ଵଦ୍‌ଭୁକ୍ ମଣିଷ ମାନଂକ ସମାହାର ।

ପ୍ରାପ୍ତିର ଆନଂଦଭରା ସ୍ୱପ୍ନ

ଆପ୍ରାପ୍ତିର ଅନୁଶୋଚନାର ସ୍ଵପ୍ନ

ସ୍ଵପ୍ନ ଏକ ଗଢିବାକୁ ଦ୍ୱିତୀୟ କୋଣାର୍କ

ଅବା ପ୍ରତି ପୁରୁଷ-ପ୍ରତିନାରୀ

ପରିଶେଷରେ ପ୍ରତିଇଶ୍ଵର ।

ସ୍ଵପ୍ନ ଚୁଲା ବିକାଳିର ଅଶ୍ରୁମୋଚନର

ଭୋକିଲା ମୁହଁରେ ଆହାର ଦେବାର

ଫୁଟପାଥ୍ ଓ ରେଳ ଷ୍ଟେସନ୍‌ରେ

ଦିନ ବିତାଉଥିବା ବେଦୁଇନ ମାଂକୁ

ସୁରକ୍ଷିତ ଆଶ୍ରୟ ଦେବାର ।

ସ୍ବପ୍ନ ସମାଂତରରେଖା ମାନଂକର ମାଦକଭରା ମିଳନର

କରୋନା ନାଟକରେ ଯବନିକା ପତନର

ଉତ୍ତର-ପୀଡିଂକୁ ଅବୋକଲରା କାହାନୀ ଶୁଣାଇବାର ।

ସ୍ଵପ୍ନ ଏକ ବୟସର ବାସବଦତ୍ର

ପ୍ରୀତିଲଗ୍ନା ପ୍ରିୟାର ସମ୍ମୁଜ୍ଜ୍ବଳ ସିଂଦୁରବିଂଦୁର

ପରକୀୟା ପ୍ରୀତି ନିର୍ମୂଳିକରଣରେ

ଗଢିବାକୁ ଏକ ନୀତିକାଂତି ଯୁକ୍ତ ସୁରଭିତ ସମାଜର ।।


Rate this content
Log in

Similar oriya poem from Classics