ସ୍ବପ୍ନ
ସ୍ବପ୍ନ
ରାତି ବଢ଼ି ବଢ଼ି ଗଲେ ସ୍ବପ୍ନ ଖସି ଖସି ଆସେ।
ଶୁଖିଲା ନଈ ରେ ବି ଆଶା ର ଶବ ଭାସେ।।
ଆକାଂକ୍ଷା ପାଲଟି ଯାଏ ମୁଠାଏ ପାଉଁଶ।
ଉଠି ପଡ଼ି ଗୋଟାଏ ଅଭିଳାଷ ର ଅବଶେଷ । ।
ଯେତେ ଚାହିଁଲେ ବି ନିସ୍ତାର ନାହିଁ ।
ଜୀବନେ ମୃଗତୃଷ୍ଣା ର ଅନ୍ତ କାହିଁ?
ଚାହେଁ କପୋତୀ ସାଜି ଉଡ଼ିଯିବି ବହୁଦୂର
ହେଲେ ଆକାଶ ସାରା ଲକ୍ଷ୍ମଣ ରେଖାଗାର
ହା ହା ହା ,ଆଉ କଣ ଅଛି?
ସେ ଚପଳାମି ବୟସ ମୋର ।
