Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Murari Prasad Pasaet

Inspirational Others

4.0  

Murari Prasad Pasaet

Inspirational Others

ସ୍ଵଭାଵ କବି

ସ୍ଵଭାଵ କବି

1 min
142



              

ଆଦ୍ୟ ପ୍ରାନ୍ତାନୁପ୍ରାସ ଯମକ ଅଳଙ୍କାରରେ ସଜ୍ଜିତ


ସ୍ବ = ସ୍ବଭାବ କବି ହେ ଗଙ୍ଗାଧର ମେହେର

           ନୂହଁ ତୁମେ କେବେ ନିସ୍ବ।    = ସ୍ବ

      ସ୍ବରଚିତ ଦିବ୍ୟ ସାହିତ୍ୟ କୃତିରେ

             ବିମୋହିତ କଲ ବିଶ୍ବ ।୧।

ଭା = ଭାବରେ ଭାବରେ "ତପସ୍ବିନୀ" କାବ୍ୟ

            ବିକଶଇ ଯେଉଁ ପ୍ରଭା ।     =   ଭା

     ଭାଷା, ଭାବ,ଭକ୍ତି ତ୍ରିବେଣୀ ସଙ୍ଗମେ

             ପ୍ରକାଶଇ ଦିବ୍ୟ ଶୋଭା। ୨।

ବ = ବରଗଡ ବରପାଲି ଗ୍ରାମେ ଜନ୍ମି 

              ବିତରିଛ ଯେଉଁ ଭାବ।    =  ବ

     ବଞ୍ଚିଥିବାଯାଏଁ ଓଡିଆ ସାହିତ୍ୟ

              ରଖିଥିବ ଅନୁଭବ। ୩।

କ = କଳ୍ପନାତୀତ ଏ କଳାକୃତୀ ତୁମ

             ଏବେ ବି କରେ ଭାବୁକ।    = କ

       କର୍ମ କଷଣର କଷଟିରେ କଷି

              ପାଳଟିଛ ଜ୍ଞାନ ଅର୍କ । ୪।

ବି = ବିବିଧ ଜ୍ଞାନର ଅଧିକାରୀ ତୁମେ

             " ଭାରତୀ ଭାବନା" ଛବି।  = ବି

       ବିଚିତ୍ର ବିଶ୍ବରେ ତୁମେ ବି ବିଚିତ୍ର

              ପ୍ରଣାମ ସ୍ବଭାବ କବି। ୫।


                  ହରି ଓଁ


Rate this content
Log in

Similar oriya poem from Inspirational